ଭୁବନେଶ୍ବର:ବର୍ଷର ସବୁଠୁ ବଡ଼ ଓ ଉଜ୍ଜଳତମ ଚନ୍ଦ୍ର ମଙ୍ଗଳବାର ଦେଖିବାକୁ ମିଳିଥିଲା । ଯାହାକୁ ସାଧାରଣ ଲୋକମାନେ ମଧ୍ୟ ବୁଧବାର ସକାଳ 8ଟା ପର୍ଯ୍ୟନ୍ତ ଦେଖିପାରିଛନ୍ତି । ଏହି ସୁପର ମୁନ ଚଳିତ ଏପ୍ରିଲ ମାସରେ ପୃଥିବର ନିକଟତର ହେଉଥିବାରୁ ଏହା ଅନ୍ୟ ଦିନ ଅପେକ୍ଷା 6 ଗୁଣ ବଡ଼ 25 ଗୁଣ ଉଜ୍ଜଳ ଦେଖାଯାଉଛି ।
ଯାହାକି ଖାଲି ଆଖିରେ ସାଧାରଣ ଲୋକମାନେ ଦେଖିପାରିବେ ବୋଲ ପଠାଣି ସାମନ୍ତ ପ୍ଲାନେଟୋରିଅମ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।