ଓଡିଶା

odisha

ETV Bharat / city

୨୦୨୧ ସୁଦ୍ଧା ସମସ୍ତ ସରକାରୀ ଚିକିତ୍ସାଳୟରେ ଖୋଲିବ ICU

୨୦୨୧ ସୁଦ୍ଧା ସବୁ ଜିଲ୍ଲାର ସରକାରୀ ଚିକିତ୍ସାଳୟରେ ICU ସେବା ଆରମ୍ଭ ହେବ । ଏନପିସିବିସିଏସ (Npcbcs)ର ପ୍ରଥମ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଫଟୋ ସୌଜନ୍ୟ; ସମ୍ବାଦଦାତା, ଭୁବନେଶ୍ବର

By

Published : Jul 30, 2019, 10:11 PM IST

ଭୁବନେଶ୍ବର: ଏଣିକି ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହେବ ଆଇସିୟୁ ସେବା । ଏନପିସିବିସିଏସ (Npcbcs) ର ପ୍ରଥମ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କର୍କଟ, ମଧୁମେହ, କାର୍ଡିଓଭାସ୍କୋଲାର ଓ ହୃଦଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଜାତୀୟ ଯୋଜନା ଏନପିସିବିସିଏସ (Npcbcs) ଟାକ୍ସଫୋର୍ସ ବୈଠକରେ ଏପ୍ରକାର ନିଷ୍ପତ୍ତି ନିଆଯାଛି ।

ଫଟୋ ସୌଜନ୍ୟ; ସମ୍ବାଦଦାତା, ଭୁବନେଶ୍ବର

ଏହି ବୈଠକରେ ସ୍ଵାସ୍ଥ୍ୟ ସଚିବଙ୍କ ଅଧକ୍ଷତାରେ ରାଜ୍ୟର କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ସଂକ୍ରାନ୍ତରେ ଆଲୋଚନା ହୋଇଛି । ନିଷ୍ପତ୍ତି ଅନୁସାରେ ୨୦୨୦ ମାର୍ଚ୍ଚ ସୁଦ୍ଧା ୧୯ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ICU ସୁବିଧା ଉପଲବ୍ଧ ହେବ । ଅବଶିଷ୍ଟ ୧୧ଟି ଜିଲ୍ଲାରେ ଏହାକୁ ୨୦୨୧ ସୁଦ୍ଧା କାର୍ଯ୍ୟକାରୀ କରାଯିବ । ଚଳିତ ଆର୍ଥିକ ବର୍ଷରେ ୧୩ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବୟସ୍କ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ୧୦ ସଜ୍ୟା ବିଶିଷ୍ଟ ଜେରିଆଟିକ୍ ଓ୍ଵାଡ ସମ୍ପ୍ରସାରିତ କରାଯିବ ।

ବର୍ତ୍ତମାନ ୮ଟି ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ରହିଛି । ଏହି ଯୋଜନାରେ ବଧିର ମାନଙ୍କ ପାଇଁ କେବଳ କନ୍ଧମାଳରେ ଶବ୍ଦ ନିରୋଧ କୋଠରୀ ଥିବାବେଳେ ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୩୦ଟି ଜିଲ୍ଲାକୁ ସମ୍ପ୍ରସାରଣ କରାଯିବ । ଏସିବି ମେଡିକାଲରେ ଦୁଇଟି ଇ ଆଣ୍ଡ ଏନଟି (e&nt) ବିଭାଗରେ ଦୁଇଟି ବୋନ ପରିକ୍ଷାଗାର ଖୋଲାଯିବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details