ଓଡିଶା

odisha

ପିଲାଙ୍କ ଅନଲାଇନ କ୍ଳାସ ପାଇଁ ପରିବେଶ ଓ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆବଶ୍ୟକ

By

Published : Jan 24, 2021, 8:29 PM IST

ଅବ୍ୟବସ୍ଥା ଘେରରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ଉପରେ ଶିକ୍ଷାବିତଙ୍କ ପ୍ରତିକ୍ରିୟା । ସରକାରଙ୍କ ପୂର୍ବ ପ୍ରସ୍ତୁତି ଅଭାବ ସାଙ୍ଗକୁ ପିଲାଙ୍କ ଶିକ୍ଷଣୀୟ ପରିବେଶ ଓ ଅବିଭାବକ ସେତିକି ଦାୟୀ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ପିଲାଙ୍କ ଅନଲାଇନ କ୍ଳାସ
ପିଲାଙ୍କ ଅନଲାଇନ କ୍ଳାସ

ଭୁବନେଶ୍ବର: ଅବ୍ୟବସ୍ଥା ଘେରରେ ଅନଲାଇନ ଶିକ୍ଷା ବ୍ୟବସ୍ଥା । କେଉଁଠି ନେଟୱେର୍କ ନାହିଁ ତ ଆଉ କାହାର ମୋବାଇଲ ନାହିଁ । ଆଉ ଯାହାପାଖରେ ଉଭୟ ନେଟୱର୍କ ଓ ମୋବାଇଲ ସୁବିଧା ରହୁଛି, ସେଠି ପିଲାଏ ପାଠପଢା ନାଁରେ ଅଭିଭାବକଙ୍କୁ ଚକମା ଦେଖାଇ ଘଣ୍ଟାଘଣ୍ଟା ଖେଳୁଛନ୍ତି ଗେମ୍। ଫଳରେ ସହରାଞ୍ଚଳରୁ ଗ୍ରାମାଞ୍ଚଳ ସବୁଠି ଫେଲ ମାରିଛି ଅନଲାଇନ ପାଠପଢା । ହେଲେ ଏଥିପ୍ରତି ଅବିଭାବକଙ୍କ ପାରିପାର୍ଶ୍ବିକ ପରିସ୍ଥିତିକୁ ଦାୟୀ କରିଛନ୍ତି ଶିକ୍ଷାବିତ ।

ପିଲାଙ୍କ ଅନଲାଇନ କ୍ଳାସ ପାଇଁ ପରିବେଶ ଓ ଅଭିଭାବକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଆବଶ୍ୟକ

ଅନଲାଇନ ଶିକ୍ଷା ହେଉଛି ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଧାରଣା । ସ୍କୁଲରେ 8 ଘଣ୍ଟାର ବଦଳରେ ଅନଲାଇନରେ 4 ଘଣ୍ଟାରେ ପାଠପଢା ସରିଯାଉଛି । କୋରୋନା ମହାମାରୀ ସମୟରେ ସରକାର ଇଣ୍ଟରନେଟକୁ ଶିକ୍ଷାର ଏକ ମାଧ୍ୟମ କରିଦେଇଛନ୍ତି । ଅନ୍ୟପଟେ ବହୁ ସଂଖ୍ୟକ ପିଲା ଅନଲାଇନରେ କ୍ଲାସ କରୁନଥିବାର ଅଭିଯୋଗ ହୋଇଛି । ଶିକ୍ଷକ ଓ ଛାତ୍ରଛାତ୍ରୀ ପାରସ୍ପରିକ କଥାବାର୍ତ୍ତା ସମ୍ପୂର୍ଣ୍ଣ ହଜିଯାଉଛି । ଅନଲାଇନରେ ପାଠପଢିବା ସମ୍ପୂର୍ଣ୍ଣ ହୋଇପାରୁନି । ତେବେ ଅନଲାଇନ ଶିକ୍ଷା ପ୍ରତି ଏକ ଗୁରୁତ୍ବପୂର୍ଣ୍ଣ ଆଭିମୁଖ୍ୟ ଏକ ପିଲାର ଶିକ୍ଷଣ ପରିବେଶକୁ ସହଜ କରିପାରିବେ ବୋଲି ରାଜଧାନୀର ବିଏମ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ କହିଛନ୍ତି । ପିଲାଙ୍କ ସ୍ଥିତି ଠାରୁ ଆରମ୍ଭ କରି ପିଲାଙ୍କ ପ୍ରତି ପିତାମାତାଙ୍କ ମନୋଭାବ ଏବଂ ଏକ ଉଚିତ ଶିକ୍ଷଣ ପରିବେଶ ସୃଷ୍ଟି ପାଇଁ ଅଭିଭାବକମାନେ ବ୍ୟବସ୍ଥା କରିବା ଉଚିତ। ଯାହା ଦ୍ୱାରା ଏକ ପିଲାଟି ଭଲ ମନରେ ପାଠ ପଢିପାରିବ ବୋଲି ସେ କହିଛନ୍ତି ।

ବିଏମ ସ୍କୁଲରେ ପ୍ରାୟ 450 ପିଲା ପାଠ ପଢନ୍ତି। ସେମାଙ୍କୁ ଅନଲାଇନରେ ପାଠ ପାଠ ପଢାଯାଉଛି । ସମସ୍ତଙ୍କୁ ପ୍ରତି ଦିନ 3 ଘଣ୍ଟା ରୁ 4 ଘଣ୍ଟା ପାଠ ପଢାଯାଏ । ରାଜ୍ୟରେ ଅନଲାଇନ କ୍ଳାସ ସମ୍ପୂର୍ଣ୍ଣ ଭାବରେ ଭୁଶୁଡି ଯାଇଥିବା ବେଳେ ସମସ୍ତ ପିଲାଙ୍କ ପାଖରେ ଅନଲାଇନ ଶିକ୍ଷା ଏବେ ବି ପହଁଞ୍ଚିପାରୁନାହିଁ। ଯେଉଁଥିପାଇଁ ପିଲାଙ୍କୁ ମଧ୍ୟ ନିର୍ଦ୍ଦେଶ ରହିଛି ଯେ ବୁଝିପାରୁନଥିବା ପାଠକୁ ନିଜର ଶିକ୍ଷକଙ୍କ ସହ ଯୋଗାଯୋଗ କରି ସ୍କୁଲକୁ ଆସି ପାଠ ବୁଝିପାରିବେ। ଏବେ ଅନଲାଇନ ମାଧ୍ୟମରେ ଯେଉଁ ମାନଙ୍କର ଅସୁବିଧା ହେଉଛି ସେନେଇ ମଧ୍ୟ ସ୍କୁଲ ପକ୍ଷରୁ ପିଲାଙ୍କୁ କିଭଳି ଭାବରେ ପାଠ ପଢାଯିବ ସେନେଇ ମଧ୍ୟ ଧ୍ୟାନ ଦିଆଯାଉଛି। ଅନ୍ୟପଟେ ଯେହେତୁ ପିଲାମାନେ ଘରେ ରହି ଦୀର୍ଘ ଦିନ ଧରି ଅନଲାଇନ ମାଧ୍ୟମରେ ପାଠ ପଢୁଛନ୍ତି ସେଥିପାଇଁ ଶିକ୍ଷକଙ୍କ ଅପେକ୍ଷା ଅଧିକ ପିଲାଙ୍କ ପ୍ରତି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ଅଭିଭାବକଙ୍କ।

ଅନ୍ୟପଟେ ଶିକ୍ଷାବିତ ବାସୁଦେବ ଛାଟୋଇ କହିଛନ୍ତି ଯେ, ଅନଲାଇନ ଶିକ୍ଷା ଛୋଟ ପିଲାମାନେ କେବେବି କରିପାରିବେ ନାହିଁ। ସେମାନେ ମୋବାଇଲ ଧରି ଗେମ ଓ ଗୀତ ସହ ଡ୍ୟାନ୍ସ ଦେଖିବେ। ଭଲ ପାଠ ପଢ଼ୁଥିବା ପିଲାମନେ ସେମାନେ ପଢିବେ କିନ୍ତୁ ଟିକେ କମ ପାଠ ପଢ଼ୁଥିବା ପିଲାମାନେ ପାଠ ଉପରେ ଧ୍ୟାନ ଦେବେନାହିଁ। ତେଣୁ ଅନଲାଇନ କ୍ଳସ ସମୟରେ ପିଲା ଙ୍କ ପାଇଁ ଏକ ଉଚିତ ପରିବେଶ ଆବଶ୍ୟକ। ଏହାଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ହେଉଛି ଆବିଭାବକଙ୍କର ଉପସ୍ଥିତି। ଏପଟେ ଅବିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ସରକାରଙ୍କୁ କରିଛନ୍ତି ଅଙ୍ଗୁଳିନିର୍ଦ୍ଦେଶ । କୋରୋନା ସଂକ୍ରମଣକୁ ଦେଖି ସ୍କୁଲ-କଲେଜରେ ତାଲା ପକାଇ ଦିଆଗଲା । ଏପରି ସମୟରେ ଶିକ୍ଷାର ମାଧ୍ୟମ ସାଜିଲା ଇଣ୍ଟରନେଟ। କିନ୍ତୁ ସରକାରଙ୍କ ପୂର୍ବପ୍ରସ୍ତୁତି ଅଭାବ ଯୋଗୁଁ ହିଁ ଏହି ପଦକ୍ଷେପ ଅନେକାଂଶରେ ଫେଲ ମାରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details