ଓଡିଶା

odisha

By

Published : May 8, 2021, 7:56 PM IST

ETV Bharat / city

+2 ପାଇଁ ପ୍ରବେଶିକା ପରୀକ୍ଷା ଆବଶ୍ୟକ: ଅଭିଭାବକ ମହାସଙ୍ଘ

ଦଶମ ବୋର୍ଡ ପରୀକ୍ଷା ଫଳ ପୂର୍ବ ଦକ୍ଷତା ଅନୁଯାୟୀ ପ୍ରାକଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଘୋଷଣା କରିବା ପରେ ଏହାକୁ ତୀବ୍ର ବିରୋଧ କରିଛି ଅଭିଭାବକ ମହାସଙ୍ଘ । ଅଧିକ ପଢନ୍ତୁ....

+2 ପାଇଁ ପ୍ରବେଶିକା ପରୀକ୍ଷା ଆବଶ୍ୟକ: ଅଭିଭାବକ ମହାସଙ୍ଘ
+2 ପାଇଁ ପ୍ରବେଶିକା ପରୀକ୍ଷା ଆବଶ୍ୟକ: ଅଭିଭାବକ ମହାସଙ୍ଘ

ଭୁବନେଶ୍ବର: ରାଜ୍ୟରେ କୋରୋନା କାଳରେ ଅଡୁଆ କରିଛି ପିଲାଙ୍କ ଭାବିଷ୍ୟତ । ନା ହେଲା ପାଠପଢ଼ା ନା ହେଲା ପରୀକ୍ଷା । ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ଗତକାଲି(ଶୁକ୍ରବାର) ଦଶମ ବୋର୍ଡ ପରୀକ୍ଷା ଫଳ ପୂର୍ବ ଦକ୍ଷତା ଅନୁଯାୟୀ ପ୍ରାକଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଘୋଷଣା କରିବା ପରେ ଏହାକୁ ତୀବ୍ର ବିରୋଧ କରିଛି ଅଭିଭାବକ ମହାସଙ୍ଘ ।

+2 ପାଇଁ ପ୍ରବେଶିକା ପରୀକ୍ଷା ଆବଶ୍ୟକ: ଅଭିଭାବକ ମହାସଙ୍ଘ
ଯୁକ୍ତ ଦୁଇ ଆଡମିଶନ ପୂର୍ବରୁ ଏକ ପ୍ରବେଶିକା ପରୀକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ଅଭିଭାବକ ମହାସଙ୍ଘ କହିଛି । ଯେଉଁ ନିଷ୍ପତ୍ତି ସରକାର ନେଉଛନ୍ତି ତାହା ଓଡ଼ିଶାର ଅଭିଭାବକ ଓ ପିଲାମାନେ ହଇରାଣ ହେଉଛନ୍ତି । ତେବେ ତୁରନ୍ତ ଅନଲାଇନରେ ପରୀକ୍ଷା କରନ୍ତୁ, ପିଲାମାନେ ସେମାନଙ୍କର କ୍ୟାରିଅର ଗଢିବେ ବୋଲି ଅଭିଭବକ ମହାସଙ୍ଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ଅନ୍ୟପଟେ ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି ଯେ 100 ଦିନର ପାଠପଢା ଆରମ୍ଭ କରାଯାଇଥିଲା । ସେହି ସମୟରେ ଏଭଳି ନିଷ୍ପତ୍ତିକୁ ଅନୁଧ୍ୟାନ କରିବାର ଥିଲା । ଏହି ନିଷ୍ପତ୍ତି ଫଳରେ ପିଲାମାନଙ୍କୁ ଭଲ କଲେଜରେ ସିଟ୍ ମିଳାବରେ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା କରିଛି ଅଭିଭାବକ ମହାସଙ୍ଘ । ତେବେ ସରକାରଙ୍କ ଏପରି ନିଷ୍ପତ୍ତିକୁ ଛାତ୍ରଛାତ୍ରୀ ସହମତି ଦେଇଥିଲେ ମଧ୍ୟ ଭବିଷ୍ୟତରେ ଏହାଦ୍ବାରା କୁପ୍ରଭାବ ପଡିପାରେ ବୋଲି କହିଛନ୍ତି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details