ଭୁବନେଶ୍ବର:ରାଜଧାନୀରେ ଏନକାଉଣ୍ଟର । ବରମୁଣ୍ଡା ହାଉସିଂ ପଡିଆରେ ପୋଲିସର ଏନକାଉଣ୍ଟର ହୋଇଥିବା ବେଳେ ଦୁର୍ଦ୍ଦାନ୍ତ ଅପରାଧି ଚକରା ବାରିକ ଆହତ ହୋଇଛି । ଚକରା ସହ ୬ରୁ ୭ ହାର୍ଡକୋର ଅପରାଧି ଏକାଠି ହୋଇ ଲୁଟ ପ୍ଲାନ ବେଳେ ଚେକମେଟ ଦେଲା ପୋଲିସ । ବନ୍ଧୁକ ଗୁଳି ଗୋଳା ଓ ହାତବୋମା ଧରି ବାହାରୁଥିବା ଅପରାଧିର ଡାହାଣ ଗୋଡରେ ବାଜିଲା ଗୁଳି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ହୋଇଥିବା ନେଇ ସୂଚନା ।
କମିଶନରେଟ ପୋଲିସର ସୂଚନା ମୁତାବକ, ନିଜକୁ ବଞ୍ଚାଇବାକୁ ଯାଇ ପ୍ରଥମେ ଲୁଟେରାମାନେ ପୋଲିସ ଉପରକୁ ଛେଲରା ଓ ବୋମାମାଡ କରିଥିଲେ । ଗୋଟେ ଥରରେ ଛେଲରା ୫ରୁ ୬ରାଉଣ୍ଡ ପୋଲିସ ଉପରକୁ ଫାୟାରିଂ ହୋଇଥିଲା । ପରେ ଚେକମେଟ ଦେବା ପାଇ କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ ପାଲଟା ଜବାବରେ ଗୁଳିମାଡ କରିଥିଲା । ପୋଲିସର ୪ରୁ ୫ରାଉଣ୍ଡ ପରେ ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଚକରା ଗୋଡରେ ଡାହାଣ ଗୋଡରେ ବାଜିଥିଲା ଗୁଳି । ପରେ ଅନ୍ୟମାନେ ସେଠାରୁ ଖସି ପଳାଇଥିଲେ ।