ଓଡିଶା

odisha

By

Published : Sep 8, 2022, 3:35 PM IST

ETV Bharat / city

କ୍ଷୁଦ୍ର ମିଆଦୀ ଦକ୍ଷତା ପ୍ରଶିକ୍ଷଣ ଦ୍ଵାରା ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ବୁଧବାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ୱାର୍ଲଡ଼ ସ୍କିଲ ସେଣ୍ଟର( World Skills Center) ପରିଦର୍ଶନ କରିଛନ୍ତି ।ୱାର୍ଲଡ଼ ସ୍କିଲ ସେଣ୍ଟରରେ କ୍ଷୁଦ୍ର ମିଆଦୀ ଦକ୍ଷତା ପ୍ରଶିକ୍ଷଣ ଦ୍ଵାରା ଯେପରି ଯୁବଗୋଷ୍ଠୀମାନେ ଉପକୃତ ହୋଇପାରିବେ ସେଥି ନିମନ୍ତେ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ । ଅଧିକ ପଢନ୍ତୁ

କ୍ଷୁଦ୍ର ମିଆଦୀ ଦକ୍ଷତା ପ୍ରଶିକ୍ଷଣ ଦ୍ଵାରା ସୃଷ୍ଟି ହେବ ନିଯୁକ୍ତି ସୁଯୋଗ
କ୍ଷୁଦ୍ର ମିଆଦୀ ଦକ୍ଷତା ପ୍ରଶିକ୍ଷଣ ଦ୍ଵାରା ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ଭୁବନେଶ୍ବର:ଦକ୍ଷତା ବିକାଶର ପ୍ରାଣକେନ୍ଦ୍ର ଭାବେ ପ୍ରତିଷ୍ଠା ହୋଇଛି ୱାର୍ଲଡ଼ ସ୍କିଲ ସେଣ୍ଟର( World Skills Center) । ଓଡ଼ିଶାର ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି । ବୁଧବାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ(Pritiranjan ghadai) ୱାର୍ଲଡ଼ ସ୍କିଲ୍ ସେଣ୍ଟର ପରିଦର୍ଶନ କରିଛନ୍ତି ।

ସୂଚନା ଅନୁସାରେ, ଏସୀୟ ଉନ୍ନୟନ ବ୍ୟାଙ୍କ୍ ସହାୟତାରେ ସ୍ଥାପିତ ୱାର୍ଲଡ଼ ସ୍କିଲ ସେଣ୍ଟର( World Skills Center) ନିମନ୍ତେ ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥା ନଲେଜ୍‌ ପାର୍ଟନର ରହିଛି । ଏହା କିଭଳି ଏସିୟା ମହାଦେଶର ସୁନାମଧନ୍ୟ ବୈଷୟିକ ସଂସ୍ଥା ଆଇଟିଇଇଏସ୍‌ ଢାଞ୍ଚାରେ ପରିଚାଳିତ ହେଉଛି ସେ ନେଇ ମନ୍ତ୍ରୀ ପ୍ରଶିକ୍ଷକଙ୍କ ଠାରୁ ପଚାରି ବୁଝିଛନ୍ତି । ସମଗ୍ର ଦେଶରେ ଦକ୍ଷତା ବିକାଶରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି । ତେଣୁ ପ୍ରଶିକ୍ଷାର୍ଥୀମାନଙ୍କର ବ୍ୟବହାରିକ ଜ୍ଞାନ ନିମନ୍ତେ ଶିଳ୍ପ ସଂସ୍ଥାରେ କାମ କରି ଅଭିଜ୍ଞତା ନେବାର ଆବଶ୍ୟକତା ରହିଛି । ଏହାଦ୍ଵାରା ସେମାନେ ସର୍ବଶ୍ରେଷ୍ଠ ସଂସ୍ଥାଗୁଡିକରେ କର୍ମନିଯୁକ୍ତି ପାଇପାରିବେ । ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ କହିଛନ୍ତି ଯେ, "ୱାର୍ଲଡ଼ ସ୍କିଲ୍ ସେଣ୍ଟରରେ କ୍ଷୁଦ୍ର ମିଆଦୀ ଦକ୍ଷତା ପ୍ରଶିକ୍ଷଣ ଦ୍ଵାରା ଯେପରି ଯୁବଗୋଷ୍ଠୀମାନେ ଉପକୃତ ହୋଇପାରିବେ ସେଥିନିମନ୍ତେ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ ।"

ଏହା ମଧ୍ୟ ପଢନ୍ତୁ:ଆରମ୍ଭ ହେଲା World Skills Center ପ୍ରଥମ ବ୍ୟାଚ୍‌ ପାଠ୍ୟକ୍ରମ

ବିଶେଷଭାବେ ଏଠାରୁ ଆଇଟିଆଇ ଏବଂ ଡିପ୍ଲୋମା ଉତ୍ତୀର୍ଣ୍ଣ କରିଥିବା ଯୁବଗୋଷ୍ଠୀ ଯେଭଳି ସ୍କିଲିଂ ପାଇ ପାରିବେ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ବିଲିଂ ମ୍ୟାନେଜମେଣ୍ଟ୍‌ ସର୍ଭିସେସ୍‌, କମର୍ସିଆଲ୍‌ ରେଫ୍ରିଜିରେସନ୍‌, କମର୍ସିଆଲ୍‌ ଏଆର୍‌ କଣ୍ଡିସନିଂ, ମେକାଟ୍ରନିକ୍ସ, କାଡ ଓ ମେକାନିକାଲ୍‌, ଇଲେକ୍ଟ୍ରିକାଲ୍‌, ରେସିଡେନସିଆଲ୍‌ କଣ୍ଡିସନିଂ, ପାଇପିଂ ଓ ପ୍ଲରିଂ, ଅଟୋମେସନ୍‌ ଓ ରବୋଟିକ୍ସ, ନିଉମାଟିକ୍ସ, ଡ୍ରାଇଭ ଓ ମୋଟର କଣ୍ଟ୍ରୋଲ ଲ୍ୟାବ୍‌ ଏବଂ ପିଏଲସି, ଇଲେକ୍ଟ୍ରିକାଲ୍‌ ଇନଷ୍ଟୋଲେସନ୍‌ ଓ ମେକାନିକାଲ୍‌ ଟେକ୍ନୋଲୋଜି ୱାର୍କସପ୍ ପରିଦର୍ଶନ କରିବା ସହ ପ୍ରଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ରେଣୁପ୍ରଭା ନାୟକ, ୱାର୍ଲଡ଼ ସ୍କିଲ ସେଣ୍ଟରର ଉନ୍ନତି ଦକ୍ଷତା ପ୍ରଶିକ୍ଷଣ ବ୍ୟବସ୍ଥା, ଭିତ୍ତିଭୂମି ଏବଂ ପାଠ୍ୟକ୍ରମ ଇତ୍ୟାଦି ବିଷୟରେ ଆଲୋକପାତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୱାର୍ଲଡ଼ ସ୍କିଲ୍‌ ସେଣ୍ଟରର ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ଡେପୁଟି ପ୍ରିନ୍ସିପାଲ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details