ଓଡିଶା

odisha

ETV Bharat / city

6 ମାସର ବକେୟା ମହଙ୍ଗା ଭତ୍ତା ପାଇବେ ସରକାରୀ କର୍ମଚାରୀ

ମହଙ୍ଗା ଭତ୍ତା ବିବାଦରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥ ସଚିବ ଅଶୋକ ମୀନା । ବାକି ରହିଥିବା ଛଅ ମାସର ମହଙ୍ଗା ଭତ୍ତା ସବୁ କର୍ମଚାରୀଙ୍କୁ ଦିଆଯିବା ନେଇ ସେ ସୂଚନା ଦେଇଛନ୍ତି।

ashok meena's rection on budget, budget latest news, ବଜେଟ ଲାଟେଷ୍ଟ ନ୍ୟୁଜ୍‌, କର୍ମଚାରୀଙ୍କୁ ମିଳିବ ବକେୟା ଭତ୍ତା, ବଜେଟ ଉପରେ ଅଶୋକ ମୀନାଙ୍କ ପ୍ରତିକ୍ରିୟା
‘କର୍ମଚାରୀଙ୍କ ମିଳିବ ବକେୟା 6ମାସର ମହଙ୍ଗା ଭତ୍ତା’

By

Published : Feb 18, 2020, 8:31 PM IST

ଭୁବନେଶ୍ବର: ମହଙ୍ଗା ଭତ୍ତା ବିବାଦରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥ ସଚିବ ଅଶୋକ ମୀନା । ବାକି ରହିଥିବା ଛଅ ମାସର ମହଙ୍ଗା ଭତ୍ତା ସବୁ କର୍ମଚାରୀଙ୍କୁ ଦିଆଯିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ଏହା ଆସନ୍ତା ବର୍ଷ ପ୍ରଦାନ କରାଯିବା ନେଇ ସେ ସ୍ପଷ୍ଟ କରିଛନ୍ତି।

‘କର୍ମଚାରୀଙ୍କ ମିଳିବ ବକେୟା 6ମାସର ମହଙ୍ଗା ଭତ୍ତା’

ସେହିଭଳି ପେନସନ ଭୋଗୀଙ୍କୁ ବି ପେନସନ ପ୍ରଦାନ କରାଯିବ। ଏନେଇ କର୍ମଚାରୀ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏନେଇ ସରକାର କୌଣସି ସ୍ପଷ୍ଟତା ରଖି ନଥିଲେ। ତେବେ ସବୁ କର୍ମଚାରୀ ଏହା ପାଇବେ ବୋଲି କହିଛନ୍ତି ଅର୍ଥ ସଚିବ।

ସେହିଭଳି ସପ୍ତମ ବେତନ କମିଶନ ବାବଦରେ ବକେୟା 50 ପ୍ରତିଶତ ଅର୍ଥ ପାଇଁ ବଜେଟରେ ବ୍ୟବସ୍ଥା ନାହିଁ। ହେଲେ ଅର୍ଥ ସଚିବ କହିଛନ୍ତି, ସରକାରଙ୍କ ଅର୍ଥ ବିଭାଗ ଯେକୌଣସି ସମୟରେ ବକେୟା ଦେଇପାରନ୍ତି। ଅର୍ଥର ସମସ୍ୟା ରହିବ ନାହିଁ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details