ଓଡିଶା

odisha

ETV Bharat / city

ବଢିଲା ବିଦ୍ୟୁତ ଦର, ଏପ୍ରିଲ 4ରୁ ଲାଗୁ - state electricity prices

ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର
ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର

By

Published : Mar 27, 2021, 3:35 PM IST

Updated : Mar 27, 2021, 4:37 PM IST

15:23 March 27

ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ଏପ୍ରିଲ 4ରୁ ହେବ ଲାଗୁ ।

ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର

ଭୁବନେଶ୍ବର:2021-22 ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଘୋଷଣା । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ୟୁନିଟ ପିଛା 30 ପଇସା ବୃଦ୍ଧି । ତେବେ ବିପିଏଲ ଓ ଜଳସେଚିତ ଗ୍ରାହକଙ୍କ ପାଇଁ ଟାରିଫ୍ ପୂର୍ବଭଳି ଅପରିବର୍ତ୍ତିତ ରହିବ । ମାସିକ ସର୍ବନିମ୍ନ ଫିକ୍ସଡ ଦେୟ, ଡିମାଣ୍ଡ ଚାର୍ଜ ଓ ମିଟର ରେଣ୍ଟ ମଧ୍ୟ ବଦଳିବ ନାହିଁ । 

ଏହାସହ ଘରୋଇ ଓ ସିଙ୍ଗଲ୍ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨ ପ୍ରତିଶତ ରିହାତି ରହିଥିବାବେଲେ  ପ୍ରିପେଡ୍‌ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ମଧ୍ୟ ୨ ପ୍ରତିଶତ ରିହାତି ରହିଛି । ଏପ୍ରିଲ 4ରୁ ଏହି ବର୍ଦ୍ଧିତ ଦର ଲାଗୁ ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(OERC) ପକ୍ଷରୁ ସୂଚନା ମିଳିଛି । 

ଗତବର୍ଷ ତୁଳନାରେ ଦର ୫.୬୦ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ବିତରଣ ଟାରିଫ ଦର ୨୫ ପଇସାରୁ ୨୮ ପଇସାକୁ ବୃଦ୍ଧି ନେଇ ସୂଚନା ମିଳିଛି । ୫୦ ୟୁନିଟ ପର୍ଯ୍ୟନ୍ତ ୟୁନିଟ ପିଛା ୨ଟଙ୍କା ୭୦ ପଇସା ଥିବାବେଳେ ଏହା ବର୍ତ୍ତମାନ ୩ଟଙ୍କାକୁ ବଢିଛି । 

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Mar 27, 2021, 4:37 PM IST

ABOUT THE AUTHOR

...view details