ଓଡିଶା

odisha

ETV Bharat / city

ଉପ ନିର୍ବାଚନ: ପ୍ରାର୍ଥୀ କରିବେ ଅପରାଧ ପୃଷ୍ଠଭୂମି ସଂପର୍କରେ ପ୍ରଚାରପ୍ରସାର - bjp

ଓଡ଼ିଶାର ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ସଂପର୍କରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପ୍ରଚାରପ୍ରସାର କରାଇବେ । ଅଧିକ ପଢନ୍ତୁ..

ପ୍ରାର୍ଥୀମାନଙ୍କର ହେବ ଅପରାଧପ୍ରବଣ ପୃଷ୍ଠଭୂମି ସଂପର୍କରେ ପ୍ରଚାରପ୍ରସାର
ପ୍ରାର୍ଥୀମାନଙ୍କର ହେବ ଅପରାଧପ୍ରବଣ ପୃଷ୍ଠଭୂମି ସଂପର୍କରେ ପ୍ରଚାରପ୍ରସାର

By

Published : Sep 16, 2020, 9:09 PM IST

ଭୁବନେଶ୍ବର: ଭାରତ ନିର୍ବାଚନ କମିଶନଙ୍କ ପରିବର୍ତ୍ତିତ ନିର୍ଦ୍ଦେଶାନୁସାରେ ଓଡ଼ିଶାର ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ସଂପର୍କରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପ୍ରଚାରପ୍ରସାର କରାଇବେ । ପ୍ରଥମ ପର୍ଯ୍ୟାୟ ପ୍ରଚାରପ୍ରସାର ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳମାନେ ନାମାଙ୍କନ ପତ୍ର ପ୍ରତ୍ୟାହାରର ପ୍ରଥମ ଚାରିଦିନ ମଧ୍ୟରେ ଏହା କରାଇବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର ।

ପ୍ରାର୍ଥୀମାନଙ୍କର ହେବ ଅପରାଧପ୍ରବଣ ପୃଷ୍ଠଭୂମି ସଂପର୍କରେ ପ୍ରଚାରପ୍ରସାର

ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରପ୍ରସାର ନାମାଙ୍କନ ପତ୍ର ପ୍ରାତ୍ୟାହାରର ପଞ୍ଚମରୁ ଅଷ୍ଟମ ଦିନ ମଧ୍ୟରେ ଏବଂ ସେହିପରି ତୃତୀୟ ପର୍ଯ୍ୟାୟ ପ୍ରଚାରପ୍ରସାର ନାମାଙ୍କନ ପତ୍ର ପ୍ରତ୍ୟାହାରର ନବମ ଦିନଠାରୁ ନିର୍ବାଚନ ପ୍ରଚାରର ଶେଷ ଦିନ ମଧ୍ୟରେ ଅର୍ଥାତ୍‌ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ କରାଇବେ ।

ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପ୍ରାର୍ଥୀଙ୍କର ଅପରାଧ ପ୍ରବଣ ପୃଷ୍ଠଭୂମି ସଂପର୍କରେ ପ୍ରଚାରପ୍ରସାର କରାଇବା ନିମନ୍ତେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details