ଭୁବନେଶ୍ବର:କାର୍ଯ୍ୟକାରୀ ହୋଇଥିବା ଏକାମ୍ର କ୍ଷେତ୍ର ଯୋଜନା ଲାଗି ଆଜି (ସୋମବାର) ଗଠନ ହୋଇଛି ପ୍ରକଳ୍ପ ଉପଦେଷ୍ଟା କମିଟି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କମିଟି ଗଠନ କରାଯାଇଛି । 19 ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି ।
ଏକାମ୍ର ଯୋଜନା: ଗଠନ ହେଲା ପ୍ରକଳ୍ପ ଉପଦେଷ୍ଟା କମିଟି
ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବରେ ପ୍ରାୟ 80 ଏକର ଅଞ୍ଚଳରେ ଏକାମ୍ର କ୍ଷେତ୍ର ଯୋଜନା କାର୍ଯ୍ୟକାରୀ ହେଉଛି । ଏନେଇ ଗଠନ ହୋଇଛି ପ୍ରକଳ୍ପ ଉପଦେଷ୍ଟା କମିଟି । ଅଧିକ ପଢନ୍ତୁ...
ବିର୍ଲା ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଂତୃପ୍ତ ମିଶ୍ରଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଛି । ପୂର୍ତ୍ତ ସଚିବ, ଆରଡିସି, ବିଏମସି କମିଶନର,ଏଣ୍ଡାମେଣ୍ଟ କମିଶନ, ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ, ଲିଙ୍ଗରାଜ ମନ୍ଦିର ପ୍ରଶାସକ, ଭୁବନେଶ୍ବର ଡ଼ିସିପି, ସଂସ୍କୃତି ବିଭାଗ ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ, ଶିଳ୍ପୀ ସୁଦର୍ଶନ ସାହୁ, 3 ଜଣ ସେବକ, 2 ଜଣ ସଂସ୍କୃତି ବିଶେଷଜ୍ଞ, 2 ଜଣ ପ୍ରତ୍ନତତ୍ତ୍ବବିତ ସଦସ୍ୟ ରହିବେ । ଓବିସିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମିଟିର ଆବାହକ ହେବେ ।
ଲିଙ୍ଗରାଜ ମନ୍ଦିରର ଚତୁଃପାର୍ଶ୍ବରେ ପ୍ରାୟ 80 ଏକର ଅଞ୍ଚଳରେ ଏକାମ୍ର କ୍ଷେତ୍ର ଯୋଜନା କାର୍ଯ୍ୟକାରୀ ହେଉଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ