ଭୁବନେଶ୍ୱର: ଓଡ଼ିଶାରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ ରହିଛି । ଏମାନଙ୍କ ମଧ୍ୟରୁ ୨୩୫ ଜଣ ପୁରୁଷ ଥିବା ବେଳେ ୫୩ ଜଣ ମହିଳା ରହିଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତଙ୍କୁ ଅନ୍ୟ ରାଜ୍ୟର ତାଲିକାରେ ହିସାବକୁ ନିଆଯାଉଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୧୫ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ଲୋକ ଅଛନ୍ତି ।
ନଜର ପକାନ୍ତୁ, ବୟସ ଦୃଷ୍ଟିରୁ କୋରୋନା ଓଡ଼ିଶାବାସୀଙ୍କୁ କେମିତି ପ୍ରଭାବିତ କରିଛି ? ୦ରୁ ୧୪ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୫ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ୧୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୧ରୁ ୬୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ରହିଛି ୮୮ । ୬୦ରୁ ଉର୍ଦ୍ଧ୍ୱ ବୟସର ୨୫ ଜଣ ରୋଗୀ ଚିହ୍ନଟ ହେଲେଣି ।
ଯଦି ପ୍ରତିଶତ ଆକାରରେ ଦେଖାଯାଏ, ତେବେ ୧୪ ବର୍ଷ ମଧ୍ୟରେ ୪.୫ ପ୍ରତିଶତ, ୧୫ରୁ ୪୦ ବର୍ଷ ମଧ୍ୟରେ ୫୬ ପ୍ରତିଶତ, ୪୧ରୁ ୬୦ ବର୍ଷ ମଧ୍ୟରେ ୩୦ ପ୍ରତିଶତ ଏବଂ ୬୦ରୁ ଉର୍ଦ୍ଧ୍ୱ ବୟସର ୮ ପ୍ରତିଶତ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ କେବଳ ୧୫ରୁ ୬୦ ବର୍ଷ ମଧ୍ୟରେ ୮୬ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 86%ଙ୍କ ବୟସ 15 ରୁ 60
ଓଡ଼ିଶାରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ ରହିଛି । ବୟସ ଦୃଷ୍ଟିରୁ କୋରୋନା ଓଡ଼ିଶାବାସୀଙ୍କୁ କେମିତି ପ୍ରଭାବିତ କରିଛି ? ସେନେଇ ଅଧିକ ପଢନ୍ତୁ...
ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 86%ଙ୍କ ବୟସ 15 ରୁ 60
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : May 9, 2020, 5:36 PM IST