ଭୁବନେଶ୍ବର:ଏଣିକି ନିଶା ମୁକ୍ତ ହେବ ସମସ୍ତ ଶିକ୍ଷାନୁଷ୍ଠାନ । ରାଜ୍ୟରେ ଥିବା ସବୁ କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନିଶା ନିବାରଣକୁ ନେଇ ସଚେତନ କରାଯିବ । ଏନେଇ ପ୍ରୟାସ ଆରମ୍ଭ କରିବ ଏନଏସଏସ ।
ଏଣିକି ନିଶାମୁକ୍ତ ହେବ ଶିକ୍ଷାନୁଷ୍ଠାନ
ନିଶା ମୁକ୍ତ ହେବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ଏନେଇ ରାଜ୍ୟର ବିଶ୍ୱବିଦ୍ୟାଳୟ ଓ କଲେଜର ଅଧ୍ୟାପକ ତଥା ଅଧ୍ୟାପିକାଙ୍କ ସହ ଏନଏସଏସର ବୈଠକ । ଅଧିକ ପଢନ୍ତୁ...
ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏନଏସଏସ ଏକ ରାଜସ୍ତରୀୟ ସମୀକ୍ଷା ବୈଠକ କରିଛି । ରାଜ୍ୟର 20ଟି ବିଶ୍ୱବିଦ୍ୟାଳୟ ଏବଂ ସମସ୍ତ କଲେଜର ଅଧ୍ୟାପକଙ୍କ ସହ ପ୍ରୋଗାମ ପରିଚାଳନା ଅଧିକାରୀମାନେ ବୈଠକ ଯୋଗ ଦେଇଛନ୍ତି । ନିଶା ନିବାରଣ ସହ କଲେଜର କ୍ୟାମ୍ପସକୁ କିଭଳି ଭାବରେ ପରିଷ୍କାର ପରିଚ୍ଛନ ରଖାଯିବ ସେନେଇ ଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହ ସମସ୍ତ ସଚେତନ କରାଯିବା ନେଇ ଆଲୋଚନା କରାଯାଇଛି ।
ସେହିପରି କିଛି ବୈଷୟିକ କଲେଜରେ ଅନେକ ପିଲାମାନେ ନିଶା କାରବାର କରୁଥିବାବେଳେ ସେମାନଙ୍କୁ ସମାଜର ମୁଖ୍ୟ ରାସ୍ତାକୁ କିଭଳି ଭାବରେ ଅଣାଯିବ ସେନେଇ ମଧ୍ୟ ଏନଏସଏସ ପ୍ରୟାସ ଆରମ୍ଭ କରୁଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ