ଓଡିଶା

odisha

ETV Bharat / city

ଏଣିକି ମନଇଚ୍ଛା ହେବନି ଅଧ୍ୟାପକଙ୍କ ବଦଳି - ଅଧ୍ୟାପକ ଓ ଅଧ୍ୟାପିକା

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା । ବଦଳି ପାଇଁ ଆରମ୍ଭ ହେବ ନୂଆ ଗାଇଡଲାଇନ । କଲେଜରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ 75ପ୍ରତିଶତ, ଅଧ୍ୟାପକ ନିଯୁକ୍ତି ଓ ବଦଳି ଉପରେ କରାଯାଇଛି ଗୁରୁତ୍ବାରୋପ ।

ଉଚ୍ଚଶିକ୍ଷା ବିଭାଗ ବୈଠକ

By

Published : Aug 1, 2019, 11:36 PM IST

ଭୁବନେଶ୍ବର: ରାଜ୍ୟରେ ଥିବା ଅଧ୍ୟାପକ ଓ ଅଧ୍ୟାପିକା ଆଉ ମନଇଚ୍ଛା ବଦଳି କରିପାରିବେ ନାହିଁ । ଭୁବନେଶ୍ବରରେ ଆୟୋଜିତ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଏକ ସ୍ବତନ୍ତ୍ର ବୈଠକରେ ଏନେଇ ଚର୍ଚ୍ଚା ହୋଇଛି । ଏହାଛଡା ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ଡ୍ୟୁଟି ସମୟ ଓ ଅନ୍ୟତ୍ର ବଦଳି ଦିଗରେ ଆଲୋଚନା ହେବା ସହ ନୂଆ ନିୟମକୁ ନେଇ ନିଆଯିବ ବିଶେଷ ପଦକ୍ଷେପ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୁରୁବାର ରାଜ୍ୟର ୬୬୨ ବର୍ଗର ମହାବିଦ୍ୟାଳୟର ୭୫ ଜଣ ଅଧ୍ୟକ୍ଷ ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ଶୁଣାଯାଇ ସମାଧାନ କରାଯାଇଛି । ଉଚ୍ଚଶିକ୍ଷା ଦିଗରେ ଉନ୍ନତ ପଦକ୍ଷେପ ନିଆଯାଇ ଶିକ୍ଷାର ମାନ ବୃଦ୍ଧି କରିବା ନେଇ ଆୟୋଜିତ ହୋଇଛି ଏହି ବୈଠକ । ରାଜ୍ୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ମନଇଚ୍ଛା ବଦଳି ହେତୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ଅଭିଯୋଗ କରିଥିଲେ ଅଧ୍ୟକ୍ଷ ମାନେ । ମନଇଚ୍ଛା ବଦଳିକୁ ନିୟମକୁ କଡାକଡି କରାଯାଇ ଜଣେ ଅଧ୍ୟାପକ ସର୍ବନିମ୍ନ 3ରୁ 4ବର୍ଷ ଗୋଟିଏ ମହାବିଦ୍ୟାଳୟର କାର୍ଯ୍ୟ କରିବା ବାଧ୍ୟତାମୂଳକ ହେବ । ବିଭାଗ ପକ୍ଷରୁ ଜାରି ହୋଇଥିବା ନୂତନ ମଡ୍ୟୁଲ PIMS ମାଧ୍ୟମରେ ସମସ୍ତ ତଥ୍ୟ ଅପଡେଟ ହେବ । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢିବା ନେଇ ନିଆଯିବ ସ୍ବତନ୍ତ୍ର ପଦକ୍ଷେପ ।


ମହାବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ପୂରଣ ଦିଗରେ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ୨୪୫୮ଟି ଅଧ୍ୟାପକ ପଦବୀ ପୂରଣ କରାଯାଉଛି। ପ୍ରଥମ ଦଫାରେ ୧୬୨୫ ଜଣ ଅଧ୍ୟାପକଙ୍କୁ ସର୍ଭିସ ସିଲେକ୍ସନ ବୋର୍ଡ଼ ମାଧ୍ୟମରେ ନିଯୁକ୍ତି ଦିଆଯାଇଛି। ଅବଶିଷ୍ଟ ୮୩୩ ଜଣ ଅଧ୍ୟାପକ ଚୟନ ପ୍ରକ୍ରିୟା ଚାଲୁ ରହିଛି।ସେପ୍ଟେମ୍ବର ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁ କହିଛନ୍ତି। ଏହାଛଡା ବଦଳି,ନିଯୁକ୍ତି ନେଇ ସରକାର ଏ ଦିଗରେ ନିର୍ଦ୍ଧିଷ୍ଟ ନିୟମ କରିବାର ଆବଶ୍ୟକତା ରହିଛି ବୋଲି କୁଚିଣ୍ଡା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଦର୍ଶନ ପାଣିଗ୍ରାହୀ କହିଛନ୍ତି।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details