ଭୁବନେଶ୍ବର :ମହମାରୀ ସମୟରେ ଶିକ୍ଷା ବ୍ୟବସ୍ଥା (Education System) ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ଯାହା ଦେଶ ସହ ବିଦେଶରେ ପାଠପଢ଼ା ଉପରେ ମଧ୍ୟ ପ୍ରଭାବ ପଡିଛି । ରାଜ୍ୟରୁ ପଢିବା ପାଇଁ ଯାଉଥିବା ପିଲାମାନଙ୍କ ସଂଖ୍ୟା ଚଳିତ ବର୍ଷ କମିଛି । ବିଶେଷ ଭାବରେ ରାଜ୍ୟରୁ ପାଠ ପଢିବା ପାଇଁ ବିଦେଶ ଯାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଚଳିତ ବର୍ଷ କମିଛି । ଚୀନ, ଋଷ, ୟୁକ୍ରେନ, ଫିଲିପାଇନ୍ସ, ମରିସସ୍ ,ନେପାଳ, ବାଂଲାଦେଶ, ନାଇଜେରିଆ, ଅରମେନିଆ, କାଜିକସ୍ତାନ କ୍ରିଜିକସ୍ଥାନ, ପୋଲାଣ୍ଡ, ଜର୍ମାନୀ, ୟୁକେ, କାନାଡ଼ା ଆଦି ଦେଶକୁ ଅଧିକାଂଶ ପିଲାମାନେ ପାଠପଢିବାକୁ ଯାଉଛନ୍ତି ।
ରାଜ୍ୟରୁ 2 ରୁ 3 ହଜାର ପିଲା ଓଡିଶାରୁ ଯାଆନ୍ତି କେବଳ ମେଡିକାଲ ପାଠ ପଢିବାକୁ। ହେଲେ ବାକି ବିଟେକ ଓ ଅନାନ୍ୟ ବିଷୟ ଉପରେ 8 ହଜାରରୁ ଅଧିକ ପିଲା ଓଡିଶାରୁ ବର୍ଷକୁ ଯାଇଥାନ୍ତି। କିଛି ଦେଶରେ ଅନେକ କିଛି ବିଷୟ ରହିଛି । ଯାହା 10ଲକ୍ଷ ଠାରୁ 80 ଲକ୍ଷରୁ ଅଧିକ ଟଙ୍କାରେ ପାଠ ପଢିଥାଆନ୍ତି ଛାତ୍ରଛାତ୍ରୀ। ରାଜ୍ୟରୁ ବର୍ତ୍ତମାନ 30 ପ୍ରତିଶତ ପିଲା କୋଭିଡ ସମୟରେ ପାଠ ପଢିବାକୁ ଯାଇଛନ୍ତି।