ଓଡିଶା

odisha

ETV Bharat / city

ଦେଶରେ କମ ରହିଛି ECMO, ଖୁବଶୀଘ୍ର ଏସସିବିରେ ଆରମ୍ଭ ହେବ ୟୁନିଟ

କୋଭିଡ ସମୟରେ ECMO ମେସିନର ବ୍ୟବହାର ଦ୍ବାରା ବହୁମାତ୍ରାରେ କୋଭିଡ ରୋଗୀଙ୍କ ଜୀବନ ରକ୍ଷା ହୋଇପାରିବ । ଅଧିକ ପଢନ୍ତୁ...

ଦେଶରେ କମ ରହିଛି ECMO ୟୁନିଟ, ଖୁବଶୀଘ୍ର ଏସସିବିରେ ଆରମ୍ଭ ହେବ ECMO ୟୁନିଟ
ଦେଶରେ କମ ରହିଛି ECMO ୟୁନିଟ, ଖୁବଶୀଘ୍ର ଏସସିବିରେ ଆରମ୍ଭ ହେବ ECMO ୟୁନିଟ

By

Published : Jun 7, 2021, 2:49 PM IST

ଭୁବନେଶ୍ବର:ECMO ମେସିନର ବ୍ୟବହାର ଆମ ଦେଶରେ ପୂର୍ବରୁ ଏତେ ମାତ୍ରାରେ ନଥିଲା । ଏହା ଅତି ସ୍ପେଶାଲାଇଜର ଭାବେ କାର୍ଯ୍ୟକାରୀ ହୁଏ । ସାଧାରଣତଃ ଆମେ ଜାଣିବାରେ ସମଗ୍ର ଦେଶରେ 21 ଟି ECMO ୟୁନିଟ ଅଛି । ପୂର୍ବରୁ ଏହାର ଆବଶ୍ୟକତା ନଥିଲା । ସାରା ପୃଥିବୀରେ ଏହା କମ ରହିଛି ।

ଦେଶରେ କମ ରହିଛି ECMO ୟୁନିଟ, ଖୁବଶୀଘ୍ର ଏସସିବିରେ ଆରମ୍ଭ ହେବ ECMO ୟୁନିଟ

କୋଭିଡ ସମୟରେ ଏହାର ବ୍ୟବହାର ଅଧିକ ଦେଖାଦେଇଥିଲା । ବର୍ତ୍ତମାନ କୋଭିଡ ଯୋଗୁଁ ଏହି ମେସିନର ଆବଶ୍ୟକତା ଦିନକୁ ଦିନ ବଢିବାରେ ଲାଗିଛି । ତେଣୁ ପ୍ରାଥମିକ ପର୍ଯ୍ୟୟରେ ମଧ୍ୟ 6 ଟି ୟୁନିଟ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ଯାହା କି କଟକ ଏସସିବିରେ ରହିବ । ECMO ୟୁନିଟ ଚଳାଇବା ପାଇଁ ମାନବସମ୍ଭଳର ମଧ୍ୟ ଆବଶ୍ୟକତା ରହିଛି । ତେଣୁ ଧୀରେ ଧୀରେ ଆମ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଏହି ୟୁନିଟ ସ୍ଥାପନ କରାଯିବା ନେଇ ବ୍ୟବସ୍ଥା କରାଯିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।


ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେଉଁ ସମୟରେ ଲଙ୍ଗସ୍ ଅଧିକ ଖରାପ ହୋଇଯାଏ ପାଖାପାଖି 60 ପ୍ରତିଶତରୁ ଅଧିକ ଖରାପ ହୋଇଯାଏ । ସେଥିରେ କୁତ୍ରିମ ଲଙ୍ଗସ ଲଗାଇଯାଇଥାଏ ତାକୁ ECMO ଚିକିତ୍ସ କୁହାଯାଏ । ଏହାର କାମ ହେଲା ରକ୍ତରୁ କାର୍ବନଡାଇଅକ୍ସସାଇଡ଼ ବାହାର କରିବା ସହ ଅକ୍ସିଜେନ ସପ୍ଲାଏ କରିବ । ECMO ପୂର୍ବରୁ 18 ପ୍ରତିଶତ କାର୍ଯ୍ୟ କରୁଥିଲା । ଏବେ ଅଧିକ ମାତ୍ରାରେ ବ୍ୟବହାର ହେବାରେ ଲାଗଛି ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details