ଭୁବନେଶ୍ୱର: ଏମ୍ସରେ ଉଦଘାଟନ ହେଲା ECMO ମେସିନ । ଏମ୍ସର ନବମ ପ୍ରତିଷ୍ଠା ଦିବସ ଅବସରରେ ଏମ୍ସ ନିର୍ଦ୍ଦେଶିକା ଏହାକୁ ଉଦଘାଟନ କରିଛନ୍ତି । ଏକମୋ ବିଭାଗର ସମସ୍ତ ଡାକ୍ତର ଓ ମେଡିକାଲ ଷ୍ଟାଫ ଏହି ଅବସରରେ ଉପସ୍ଥିତ ଥିଲେ । ଏହା ହେଉଛି ପ୍ରଥମ ଏକମୋ ମେସିନ, ଏହାପରେ ଆଉ ଏକ ମେସିନ ଖୁବଶୀଘ୍ର ଅଣାଯିବ ବୋଲି ନିର୍ଦ୍ଦେଶିକା କହିଛନ୍ତି ।
ଚିକିତ୍ସା କ୍ଷେତ୍ରରେ ଆଉ ଏକ ସୁବିଧା, ଭୁବନେଶ୍ବର AIIMSରେ ECMO ମେସିନ୍ ଉଦଘାଟିତ - ଭୁବନେଶ୍ୱର ଏମ୍ସରେ ଏକମୋ ମେସିନ
ପ୍ରଥମ ଥର ପାଇଁ ଏମ୍ସରେ ଉଦଘାଟନ ହେଲା ECMO ମେସିନ । କୋରୋନା ସମୟରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ଥି । ଅଧିକ ପଢନ୍ତୁ...
ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ସୁବିଧା, ଭୁବନେଶ୍ୱର ଏମ୍ସରେ ଉଦଘାଟନ ହେଲା ଏକମୋ ମେସିନ
ରାଜ୍ୟରେ ଏହି ଚିକିତ୍ସା ସୁବିଧା ନ ଥିବାରୁ ରୋଗୀମାନଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡୁଥିଲା । ଫଳରେ ଏହି ଚିକିତ୍ସା ବ୍ୟୟ ବହୁଳ ହୋଇପଡୁଥିଲା । ବର୍ତ୍ତମାନ କରୋନା ପରିସ୍ଥିତିରେ ଏହି ଚିକିତ୍ସାର ଗୁରୁତ୍ବ ବଢିଯାଇଛି । ତେବେ ଭୁବନେଶ୍ବର ଏମ୍ସରେ ଏକମୋ ଚିକିତ୍ସା ଆରମ୍ଭ ହେବା ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ଥି ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Jul 15, 2021, 3:00 PM IST