ଭୁବନେଶ୍ବର: ମତଦାନ କେନ୍ଦ୍ରରେ ପାଳନ ହୋଇନାହିଁ ନିର୍ବାଚନ ଆୟୋଗଙ୍କ ନିୟମ । ବାଲେଶ୍ବର ଜିଲ୍ଲାର କୌଣସି ବୁଥରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ମାନଦଣ୍ଡ ପାଳନ କରାଯାଇନଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ ।
ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁଯାୟୀ ସର୍ବନିମ୍ନ ୧୦ ପ୍ରତିଶତ ସ୍ଥାନରେ ୱେବ କାଷ୍ଟିଙ୍ଗ ଓ ସିସିଟିଭି ଲାଗିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା କରାଯାଇନଥିବା ଦର୍ଶାଇଛି ଦଳ । ଏହା ସହ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ପକ୍ଷ ନେଇ ଆଚରଣ ପଦର୍ଶନ କରୁଥିବା କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ।