ଓଡିଶା

odisha

ହରିୟାଣାକୁ ଅକ୍ସିଜେନ ପଠାଇଲା ପୂର୍ବତଟ ରେଳବାଇ

By

Published : Apr 30, 2021, 1:53 PM IST

ଅନୁଗୋଳ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରୁ ହରିୟାଣାକୁ ଗଲା 32 ଟନ୍‌ ଅମ୍ଳଜାନ । ଗତକାଲି ସନ୍ଧ୍ୟାରେ କାର୍ଗୋ ଫ୍ଲାଇଟରେ ଦୁଇଟି ଖାଲି ଟ୍ୟାଙ୍କର ଆସିଥିଲା । ଆଜି ସକାଳେ ସେଥିରେ ଅମ୍ଳଜାନ ପଠାଯାଇଛି ।

ହରିୟାଣାକୁ ଅକ୍ସିଜେନ ପଠାଇଲା ପୂର୍ବତଟ ରେଳବାଇ
ହରିୟାଣାକୁ ଅକ୍ସିଜେନ ପଠାଇଲା ପୂର୍ବତଟ ରେଳବାଇ

ଭୁବନେଶ୍ବର:ହରିୟାଣାକୁ ଅକ୍ସିଜେନ ପଠାଇଲା ରାଜ୍ୟ । 32 ଟନ୍‌ ଅମ୍ଳଜାନ ଅନୁଗୋଳ ଟାଟା ଭୂଷଣ ଷ୍ଟିଲ୍ ପ୍ଲାଣ୍ଟରୁ ରୋରୋ ସେବାରେ ହରିୟାଣାକୁ ପଠାଇଛି ପୂର୍ବତଟ ରେଳବାଇ । ଗତକାଲି ସନ୍ଧ୍ୟାରେ କାର୍ଗୋ ଫ୍ଲାଇଟରେ ଦୁଇଟି ଖାଲି ଟ୍ୟାଙ୍କର ଆସିଥିଲା । ଆଜି ସକାଳେ ସେଥିରେ ଅମ୍ଳଜାନ ପଠାଯାଇଛି ।

ସେପଟେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର ସୁରକ୍ଷିତ ଚଳାଚଳ ଏବଂ ଏହି ଟ୍ରେନଗୁଡ଼ିକୁ ଶୀଘ୍ର ପଠାଇବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିଛି । ରେଳବାଇ ଅମ୍ଳଜାନ ଏକ୍ସପ୍ରେସ ମିଶନ ମୋଡରେ ଜୀବନ ରକ୍ଷାକାରୀ ଅମ୍ଳଜାନକୁ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ପରିବହନ ଜାରି ରଖିଅଛି ଏବଂ ବିଭିନ୍ନ ରାଜ୍ୟକୁ ସେବା ପ୍ରଦାନ କରୁଅଛି ।

ହରିୟାଣାକୁ ଅକ୍ସିଜେନ ପଠାଇଲା ପୂର୍ବତଟ ରେଳବାଇ

ତେଲେଙ୍ଗାନା ସରକାରଙ୍କ ଅନୁରୋଧ କ୍ରମେ ସିକନ୍ଦରାବାଦରୁ ପାଞ୍ଚଟି ଖାଲି ଟ୍ୟାଙ୍କର ଥିବା ଏକ ଅକ୍ସିଜେନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନକୁ ଅନୁଗୋଳର ଟାଟା ଭୂଷଣ ଷ୍ଟିଲ ପ୍ଲାଣ୍ଟରେ ଲୋଡିଂ ପାଇଁ ରଖାଯାଇଛି । ସଙ୍କଟ ସମୟରେ ଶୀଘ୍ର ଅମ୍ଳଜାନ ଯୋଗାଇ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ କାର୍ଯ୍ୟକରିବାକୁ ଏକ ଆହ୍ୱାନ ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଆବଶ୍ୟକ କରୁଥିବା ସମସ୍ତ ରାଜ୍ୟକୁ ଅମ୍ଳଜାନ ପରିବହନ ସେବା ଯୋଗାଇବା ପାଇଁ ପୂର୍ବତଟ ରେଳପଥ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details