ଓଡିଶା

odisha

By

Published : Nov 21, 2019, 1:13 PM IST

Updated : Nov 21, 2019, 2:27 PM IST

ETV Bharat / city

ଆରମ୍ଭ ହେବ ଇ-ପ୍ରିଜନ ସିଷ୍ଟମ, ଜେଲ ବିଭାଗ ଡିଜି ସତ୍ୟଜିତଙ୍କ ସୂଚନା

ରାଜ୍ୟରେ ଲାଗୁ ହେବ ଇ-ପ୍ରିଜନ ସିଷ୍ଟମ। ଅନଲାଇନରେ ରହିବ କଏଦୀଙ୍କ ତଥ୍ୟ । ଏହି ସୂଚନା ଦେଇଛନ୍ତି ଜେଲ ବିଭାଗ ଡିଜି ସତ୍ୟଜିତଙ୍କ ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଲାଗୁ ହେବ ଇ-ପ୍ରିଜନ ସିଷ୍ଟମ। ଅନଲାଇନରେ ରହିବ କଏଦୀଙ୍କ ତଥ୍ୟ । ଏହି ସୂଚନା ଦେଇଛନ୍ତି ଜେଲ ବିଭାଗ ଡିଜି ସତ୍ୟଜିତ ମହାନ୍ତି । ଏହା ଦ୍ବାରା ପୋଲିସ, କୋର୍ଟ ଓ ଜେଲ କର୍ତ୍ତୃପକ୍ଷ କଏଦୀଙ୍କ ସଂପର୍କରେ ତଥ୍ୟ ପାଇପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଇ-ପ୍ରିଜନ ସିଷ୍ଟମଅନୁସାରେ ଅନଲାଇନରେ ମିଳିପାରିବ କଏଦୀଙ୍କ ତଥ୍ୟ। କେଉଁ ଜେଲରେ କେଉଁ କଏଦୀ କେଉଁ ଅପରାଧରେ ସଜ୍ଜା କାଟୁଛନ୍ତି ଏବଂ ତାଙ୍କ ବିଷୟରେ ବିଭିନ୍ନ ତଥ୍ୟ ଏଥିରେ ଉପଲବ୍ଧ ହୋଇପାରିବ । ଇଣ୍ଟର ଅପରେବୁଲ କ୍ରିମିନାଲ ଜଷ୍ଟିସ ସିଷ୍ଟମ (ଆଇସିଜେଏସ) ଜରିଆରେ ଅପଲୋଡ କରାଯିବ। ଯାହାଦ୍ବାରା ଗୋଟିଏ ସ୍ବତନ୍ତ୍ର ଆଇସିଜେଏସ ୱେବସାଇଟରେ ସମସ୍ତ ତଥ୍ୟକୁ ପୋଲିସ,କୋର୍ଟ ଓ ଜେଲ କର୍ତ୍ତୃପକ୍ଷ ଜାଣିପାରିବେ। ଏନେଇ ଜେଲ ବିଭାଗ ପକ୍ଷରୁ ନ୍ୟାସନାଲ ଇନଷ୍ଟିଟୁଟ ଅଫ ସ୍ମାର୍ଟ ଗଭର୍ନମେଣ୍ଟ ଜରିଆରେ ୨୦୦୫ରୁ ଏଯାବତ ସଜା କାଟୁଥିବା ବା ବିଚାରଧୀନ କଏଦୀଙ୍କ ତଥ୍ୟକୁ ଅପଲୋଡ କରାଯାଉଛି। ଡିସେମ୍ବର ଶେଷ ସୁଦ୍ଧା ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।


ଏହି ସିଷ୍ଟମ ଦ୍ବାରା ଗୋଟିଏ କ୍ଲିକରେ କେଉଁ କଏଦୀ ଅର୍ଥାତ ଅପରାଧୀ କେଉଁ ଜେଲରୁ ମୁକୁଳିବେ ଏବଂ ମୁକୁଳିବା ପରେ ଆଉ କୌଣସି ମାମଲାରେ ଗିରଫ ହୋଇ ଜେଲକୁ କେତେଥର ଆସୁଛନ୍ତି। ତତ ସହିତ କେଉଁ ଅପରାଧୀ ଅପରାଧ ଦୁନିଆରୁ ଦୂରେଇଯାଉଛନ୍ତି। କନଭିକେସନ ରେଟ ଆଦି ସମ୍ପର୍କରେ ଜାଣି ହେବ। ତେବେ ଏଯାବତ ୪୦ ହଜାର କଏଦୀଙ୍କ ଡାଟା ଅପଲୋଡ ସରିଥିବା ବେଳେ ୩ଲକ୍ଷ ଡାଟା ଅପଲୋଡ ପାଇଁ ଟାର୍ଗେଟ ରହିଥିବା ମଧ୍ୟବର୍ତ୍ତୀକାଳୀନ ଡିଜି କହିଛନ୍ତି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Nov 21, 2019, 2:27 PM IST

ABOUT THE AUTHOR

...view details