ଓଡିଶା

odisha

ETV Bharat / city

ଏଣିକି ଘରେ ବସି ପାଇପାରିବେ ଅନଲାଇନରେ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟା ପୋଲିସ ଲାଇସେନ୍ସ

ବାଜା, ବାଣ, ଯାତ୍ରା ହେଉ ବା ବିବାହ କି ଶୁଦ୍ଧିଘର, ପୋଲିସ ଅନୁମତି ପାଇଁ ଏଣିକି ଆଉ ଦୌଡିବାକୁ ପଡିବନି DCP ଅଫିସ । ଲାଇସେନ୍ସ ସେଲ୍‌ ସାମ୍ନାରେ ଧାଡିରେ ଠିଆ ହେବାକୁ ପଡିବନି । କାରଣ ଅନଲାଇନରେ ଏଣିକି ପାଇପାରିବେ ଲାଇସେନ୍ସ । ଅଧିକ ପଢନ୍ତୁ

By

Published : Feb 8, 2022, 9:05 PM IST

e-permission for marriage, funeral function in Bhubaneswar
ଏଣିକି ଘରେ ବସି ପାଇପାରିବେ ଅନଲାଇନରେ ବିବାହ ଓ ଅନ୍ତ୍ୟେଷ୍ଟିକ୍ରିୟା ପୋଲିସ ଲାଇସେନ୍ସ

ଭୁବନେଶ୍ବର: ବାଜା, ବାଣ, ଯାତ୍ରା ହେଉ ବା ବିବାହ କି ଶୁଦ୍ଧିଘର, ପୋଲିସ ଅନୁମତି ପାଇଁ ଏଣିକି ଆଉ ଦୌଡିବାକୁ ପଡିବନି DCP ଅଫିସ । ଲାଇସେନ୍ସ ସେଲ୍‌ ସାମ୍ନାରେ ଧାଡିରେ ଠିଆ ହେବାକୁ ପଡିବନି । କାରଣ ଅନଲାଇନରେ ଏଣିକି ପାଇପାରିବେ ଲାଇସେନ୍ସ । ଏଥିପାଇଁ ଘରେ ବସି ଅନଲାଇନ୍‌ରେ ମଧ୍ୟ ଆବେଦନ କରିପାରିବେ, ତାହା ପୁଣି ଗୋଟିଏ କ୍ଲିକରେ । ଏଥିପାଇଁ ଫେବୃଆରୀ ମାସରୁ ଆରମ୍ଭ ହୋଇଛି ଅନଲାଇନ ଲାଇସେନ୍ସ ସେବା ।

ଏହାମଧ୍ୟ ପଢନ୍ତୁ:ଭୁବନେଶ୍ବର ଏମ୍ସକୁ ଚିକିତ୍ସା ଉପକରଣ ଦେଲା ଏୟାରପୋର୍ଟ

ନଜର ପକାନ୍ତୁ କିପରି ଘରେ ବସି ଅନଲାଇନ ଲାଇସେନ୍ସ ସେବା ପାଇଁ ଆବେଦନ କରିହେବ:

  • ସର୍ବପ୍ରଥମେ ଆବେଦନକାରୀ ଯେ କୌଣସି ୱେବ ବ୍ରାଉଜରରେ https://bhubaneswarcuttackpolice.gov.in/ ସାଇଟକୁ ଖୋଲିବେ ।
  • ପରେ scroll ଡାଉନ କରି Citizen Services ଟ୍ୟାବ୍‌କୁ ଯାଇ COMPLAINT/ REGISTRATION ର ତଳେ ଥିବା Apply For Marriage License କିମ୍ବା Apply for funeral ritual Licenseକୁ ଚୟନ କରିବେ ।
  • ପରେ ଆବଶ୍ୟକ Programme ଖୋଲି ଲିଖିତ ନିର୍ଦ୍ଦେଶମତେ ଆବେଦନ କରିପାରିବେ ।

ଏହି ସଂକ୍ରାନ୍ତୀୟ ତଥ୍ୟ ବିଷୟରେ ଅଧିକ ଜାଣିବା ପାଇଁ ତଥା ଆବେଦନକାରୀଙ୍କ ସହାୟତା ପାଇଁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ପୁଲିସ ତରଫରୁ ହେଲ୍ପଲାଇନ ନମ୍ବର ୮୧୪୪୨୦୭୧୦୦ ଜାରି କରାଯାଇଛି। ଜନ ସାଧାରଣମାନେ ଦ୍ଵିତୀୟ, ଚତୁର୍ଥ ଶନିବାର, ରବିବାର ତଥା ଅନ୍ୟ ଛୁଟିଦିନ ଛଡା ପ୍ରତି ଦିନ ସକାଳ ୧୦ ଟାରୁ ସନ୍ଧ୍ୟା ୫.୩୦ ମିନିଟ ପର୍ଯ୍ୟନ୍ତ ଏହି ନମ୍ବରରେ ଯୋଗାଯୋଗ କରି ଆବେଦନ କରିବା ପ୍ରଣାଳୀ ବିଷୟରେ ସବିଶେଷ ତଥ୍ୟ ହାସଲ କରିପାରିବେ ।

ଚଳିତ ବର୍ଷ ଜାନୁଆରୀ ମାସରେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ତରଫରୁ ଜନ ସାଧାରଣମାନଙ୍କର ସହାୟତା ପାଇଁ ବିବାହ, ଶୋଭାଯାତ୍ରା ତଥା ଅନ୍ତ୍ୟେଷ୍ଟିକ୍ରିୟା ସମାପନ ନିମନ୍ତେ ଆବେଦନ ପତ୍ର ଗ୍ରହଣ କରାଯାଇ ସର୍ବମୋଟ ୬୮୯ ଟି ସୀକୃତି ବା ଲାଇସେନ୍ସ ଜାରି କରାଯାଇଥିଲା । ସେଥିମଧ୍ୟରୁ ବିବାହ ସମାରୋହ ତଥା ଶୋଭାଯାତ୍ରା ପାଇଁ ୬୪୭ଟି, ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୧୪ଟି, ଭାରି ଯାନକୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାରେ ପ୍ରବେଶ ପାଇଁ ୧୪ଟି, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୫ଟି, ଯାତ୍ରା ବା ମେଳା ପାଇଁ ଗୋଟିଏ, ଆତସବାଜି ପ୍ରଦର୍ଶନ ପାଇଁ ଗୋଟିଏ ଏବଂ ଅନ୍ୟାନ୍ୟ ମେଳା ତଥା ପ୍ରଦର୍ଶନୀ ପାଇଁ ୭ଟି ଆବେଦନ ପତ୍ରକୁ ସେଲ ପକ୍ଷରୁ ସୀକୃତି ପ୍ରଦାନ କରାଯାଇଥିଲା।

ଏହାମଧ୍ୟ ପଢନ୍ତୁ: ଆସନ୍ତା 14ରୁ ଖୋଲିବ ଘରୋଇ ପ୍ଲେ ଓ କେଜି ସ୍କୁଲ

ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ମାସ ଠାରୁ ଭୁବନେଶ୍ଵର ସହରାଞ୍ଚଳ ଜିଲ୍ଲା ପାଇଁ ବିବାହ ତଥା ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟ ପାଇଁ ଅନଲାଇନ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇ ଏଯାବତ ସର୍ବମୋଟ ୬୨୭ ଟି ଆବେଦନ ପତ୍ର ଗ୍ରହଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୪୭୧ଟି ଆବେଦନ ପତ୍ରକୁ ସୀକୃତି ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details