ଓଡିଶା

odisha

ETV Bharat / city

ଓଡିଶାରେ କାର୍ଯ୍ୟକାରୀ ହେବ ଇ-ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା - ଇ-ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା

ଓଡିଶାରେ କାର୍ଯ୍ୟକାରୀ ହେବ ଇ-ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା । ପ୍ରକଳ୍ପର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର 163.38 କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। ଅଧିକ ପଢନ୍ତୁ...

ଓଡିଶାରେ କାର୍ଯ୍ୟକାରୀ ହେବ ଇ-ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା
ଓଡିଶାରେ କାର୍ଯ୍ୟକାରୀ ହେବ ଇ-ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା

By

Published : May 20, 2021, 9:09 PM IST

ଭୁବନେଶ୍ବର: ଓଡିଶାରେ କାର୍ଯ୍ୟକାରୀ ହେବ ଇ-ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା । ରାଜ୍ୟବାସୀଙ୍କୁ ଗୁଣାତ୍ମକ ଜନସ୍ୱାସ୍ଥ୍ୟ ସେବା ପ୍ରଦାନକୁ ଶୃଙ୍ଖଳିତ ତଥା ମଜବୁତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପଦକ୍ଷେପକୁ ହାତକୁ ନିଆଯାଇଛି । ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜରେ ଓଡିଶା ଇ-ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛି । କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ ।

ଓଡିଶାରେ କାର୍ଯ୍ୟକାରୀ ହେବ ଇ-ହସ୍ପିଟାଲ ପରିଚାଳନା ସୂଚନା ବ୍ୟବସ୍ଥା

ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲ, ଶିଶୁ ଭବନ, ଏସିବି ମେଡ଼ିକାଲ ଏବଂ ହସ୍ପିଟାଲ, କ୍ୟାପିଟାଲ୍ ହସ୍ପିଟାଲ୍, ସମେତ 31 ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ ଏବଂ 106 ଟି ସହରୀ ସ୍ୱାସ୍ଥ୍ୟ କେନ୍ଦ୍ର ଏଥିରେ ସାମିଲ । ମୁଖ୍ୟମନ୍ତ୍ରୀଙ୍କ ଭିଜନ ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଆହ୍ୱାନର ଅଂଶ । ଡିଜିଟାଲ୍ ଟେକ୍ନୋଲୋଜି ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଏବଂ ପ୍ରଶାସନକୁ ସମୃଦ୍ଧ କରିବା ହେଉଛି ସରକାରଙ୍କ 5T ପଦକ୍ଷେପର ଅଂଶ ବିଶେଷ ।

ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଚିକିତ୍ସା ପ୍ରବାହକୁ ଶୃଙ୍ଖଳିତ କରିବା । ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ସେମାନଙ୍କର ସର୍ବୋଚ୍ଚ ଦକ୍ଷତାକୁ ପ୍ରଦର୍ଶନ କରିବାକୁ ଅନୁମତି ଦେବା । ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।


ପ୍ରକଳ୍ପର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର 163.38 କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। ପ୍ରକଳ୍ପର କାର୍ଯ୍ୟକାରିତାରେ ଗୁଣାତ୍ମକ ଜନସ୍ୱାସ୍ଥ୍ୟ ସେବା ତଥା ଡାକ୍ତରଖାନାର ସାମଗ୍ରିକ ପ୍ରଶାସନ ଏବଂ ସେବା ବିତରଣରେ ଡାକ୍ତର, କର୍ମଚାରୀଙ୍କ ଉତ୍ତମ ଉପଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ଭବାନିଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details