ହାଇଦ୍ରାବାଦ: ଡେୟାରିଂ ଦେଖାଇଲେ ଦୌଡରାଣୀ । ନିଜ ସମଲିଙ୍ଗୀ ସମ୍ପର୍କ ବିଷୟରେ କଲେ ଖୁଲାସା । ରକ୍ଷଣଶୀଳ ସମାଜରେ କିଛି ଦୂତିଙ୍କ ଡେୟାରିଂକୁ ସାବାସି ଦେଇଥିବା ବେଳେ ଆଉ କିଛି ନିନ୍ଦା ମଧ୍ୟ କଲେ । ମାତ୍ର ଏବେ ଦୂତିଙ୍କ ସମର୍ଥନରେ ବାହାରିଛନ୍ତି ଅନ୍ତର୍ଜାତୀୟ କରାଟେ ଖେଳାଳି ଭାଲିନା ଭାଲେଣ୍ଟିନା ।
ଭାଲିନା କହିଛନ୍ତି, " ଯଦି ଦୂତି ଭାବୁଛନ୍ତି ଏହି ସମ୍ପର୍କ ତାଙ୍କ ପାଇଁ ଲାଭଦାୟକ ହେବ । ତେବେ ମୋ ମତରେ ତାଙ୍କ ବ୍ୟକ୍ତିଗତ ମାମଲାରେ କେହି ମୁଣ୍ଡ ପୁରାଇବା ଉଚିତ୍ ନୁହେଁ । ଏହା ଛାଡା ସମଲିଙ୍ଗୀ ସମ୍ପର୍କକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ୱୀକୃତି ଦେଇଛନ୍ତି। "