ଓଡିଶା

odisha

ETV Bharat / city

ପୁଣି ନିରାଶ ହେଲେ ଦୌଡରାଣୀ ଦୂତି - ଆଇ.ଏ.ଏ.ଏଫ

ଦୂତୀ ନିଜର ଭିସା କାଗଜ ପତ୍ର କାମ ପାଇଁ କୋଲକାତା ମଧ୍ୟ ଯାଇଥିଲେ । ଏହାପରେ ସେ ଶତପ୍ରତିଶତ ଭାବୁଥିଲେ କି ତାଙ୍କୁ ଭିସା ମିଳିବ ଓ ସେ ଜର୍ମାନୀରେ ଦୌଡ଼ି ଓଡିଶା ପାଇଁ ଗର୍ବ ଆଣିଥାନ୍ତେ । ମାତ୍ର ଶେଷରେ ତାଙ୍କୁ ଭିସା ନମିଳିବାରୁ ସେ ନିରାଶ ହୋଇଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

By

Published : Aug 14, 2019, 12:22 PM IST

ଭୁବନେଶ୍ବର: କିଛି ଦିନ ପୂର୍ବରୁ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ ନିଜର ଭିସା ମିଳିବାରେ ବିଳମ୍ବ ହେଉଥିବାରୁ ସେ ସରକାରଙ୍କୁ ଗୁହାରି କରିଥିଲେ । ଯଥାଶୀଘ୍ର ତାଙ୍କୁ ଭିସା ମିଳିଥିଲେ ସେ ଆୟରଲାଣ୍ଡ ଓ ଜର୍ମାନୀରେ ହେବାକୁ ଯାଉଥିବା ଆଇ.ଏ.ଏ.ଏଫ ଗେମରେ ଭାଗ ନେଇଥାନ୍ତେ । ହେଲେ ତାଙ୍କୁ କୌଣସି କାରଣବଶତଃ ଭିସା ମିଳିନଥିଲା ।

କିଛିଦିନ ପୂର୍ବରୁ ଦୂତୀ ନିଜର ଭିସା କାଗଜ ପତ୍ର କାମ ପାଇଁ କୋଲକାତା ମଧ୍ୟ ଯାଇଥିଲେ । ଏହାପରେ ସେ ଶତପ୍ରତିଶତ ଭାବୁଥିଲେ କି ତାଙ୍କୁ ଭିସା ମିଳିବ ଓ ସେ ଜର୍ମାନୀରେ ଦୌଡ଼ି ଓଡିଶା ପାଇଁ ଗର୍ବ ଆଣିଥାନ୍ତେ । ଅନ୍ୟପଟେ ଓଡିଶା ସ୍ପୋର୍ଟସ୍ ୟୁଥ ସର୍ଭିସ ନିଜର ସୋସିଆଲ ମିଡ଼ିଆ ପେଜରେ କହିଛି ଦୂତୀଙ୍କୁ ଭିସା ମିଳିଛି ଏବଂ ସେ ଏବେ ହେବାକୁ ଯାଉଥିବା ଆୟରଲାଣ୍ଡ ଓ ଜର୍ମାନୀରେ ହେବାକୁ ଯାଉଥିବା ଗେମରେ ଭାଗ ନେଇପାରିବେ । ମାତ୍ର ସୋସିଆଲ ମିଡିଆରେ ଦୂତୀ ଏ ଖବର ନିଜେ ଜଣାଇବା ପରେ ଖବର ସାମ୍ନାକୁ ଆସିଛି।

ଏହା ଉପରେ ଦୂତୀ ନିଜର ମତ ରଖି କହିଛନ୍ତି ଯେ, ତାଙ୍କୁ କୌଣସି ଭିସା ମିଳିନାହିଁ । ଯାହା ପାଇଁ ସେ ବହୁତ ଦୁଃଖିତ । ଅନ୍ୟପଟେ ତାଙ୍କ କହିବା କଥା 'ମୁଁ ଭିସା ପାଇ ଯଦି ଖେଳରେ ଭାଗ ନେଇଥାନ୍ତି ତା ହେଲେ ମୁଁ ଆମ ଦେଶ ପାଇଁ ଓ ଓଡିଶା ପାଇଁ କିଛି କରିପାରିଥାନ୍ତି '। ତେବେ ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତରେ କିଏ ସତ କହୁଛି। ତେବେ ଆମେ ତାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେବାକୁ ସଫା ସଫା ମନା କରି ଦେଇଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details