ଭୁବନେଶ୍ବର: ଆଗକୁ ଆସୁଛି ଦୁର୍ଗାପୂଜା । ସହରରେ ଶୃଙ୍ଖଳା ଓ ସୁରକ୍ଷାକୁ ନେଇ ତତ୍ପର ପ୍ରଶାସନ । ନାଗରିକ ସଂଯୋଗକୁ ଦୃଷ୍ଟିରେ ରଖି ସୋମବାର ବିଏମସି କମିଶନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଦୁର୍ଗାପୂଜା ପ୍ରସ୍ତୁତି ବୈଠକ । ଏହି ବୈଠକରେ ଯୋଗ ଦେଇଛନ୍ତି ୫୦ ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପ ପ୍ରତିନିଧି । ସିଙ୍ଗଲ ୱିଣ୍ଡ କରିବା ପାଇଁ ଦାବି ଜଣାଇଛନ୍ତି ମଣ୍ଡପ ପ୍ରତିନିଧି । ବୈଠକରେ ସମୁଦାୟ ୨୧ଟି ବିଷୟବସ୍ତୁ ଉପରେ ଆଲୋଚନା ହୋଇଛି ।
ପ୍ରତି ୱାର୍ଡରେ ଥିବା ୱାର୍ଡ ଅଫିସ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବ ପୂଜା କମିଟି । ସ୍ବଚ୍ଛତାକୁ ନେଇ ଜାରି ହୋଇଛି ବିଏମସି ପିଏମୟୁ ଟୋଲ ନମ୍ବର 7978385812 । ସ୍ବଚ୍ଛତା ସଂକ୍ରାନ୍ତରେ କୌଣସି ସମସ୍ୟା ଥିଲେ ଏହି ନମ୍ବରରେ କଲ କରିପାରିବେ ପୂଜାମଣ୍ଡପ ପ୍ରତିନିଧି । ଏଥିସହିତ ପୂଜା ସମୟରେ ପଲିଥିନ ମୁକ୍ତ ହେବ ରାଜଧାନୀ ଭୁବନେଶ୍ବର । ମୂର୍ତ୍ତି ଗଢାରେ କୌଣସି ପ୍ରକାରର ରାସାୟନିକ ଦ୍ରବ୍ୟ ବ୍ୟବହାର ନକରିବାକୁ ସମସ୍ତ ପୂଜାକମିଟି ପ୍ରତିନିଧି ମାନଙ୍କୁ ନିବେଦନ କରିଛନ୍ତି ବିଏମସି କର୍ତ୍ତୃପକ୍ଷ । ବାତ୍ୟା ଫୋନି ପରେ ରାସ୍ତାଘାଟ, ଡ୍ରେନେଜ, ବିଦ୍ୟୁତ ସେବାରେ ଥିବା ସମସ୍ୟାକୁ ତୁରନ୍ତ ଯୋଗାଇ ଦେବା ଲାଗି ନିଷ୍ପତ୍ତି ନେଇଛି ବିଏମସି ।