ଓଡିଶା

odisha

ETV Bharat / city

ସତର୍କ ରୁହନ୍ତୁ; ଅନଲାଇନରେ ମିଳୁଛି ନକଲି ମେଡିସିନ

ଅନଲାଇନରେ ନକଲି ଔଷଧ ଆସୁଥିବା ଅଭିଯୋଗ ହୋଇଛି । ଏ ଦିଗରେ ଡ୍ରଗ୍ସ କଣ୍ଟ୍ରୋଲର ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଡ୍ରଗିଷ୍ଟି ସଂଘର ସଭାପତି ପ୍ରଗତି ମହାନ୍ତି । ଅଧିକ ପଢନ୍ତୁ...

By

Published : Jun 16, 2021, 9:49 AM IST

Updated : Jun 16, 2021, 10:09 AM IST

ଅନଲାଇନରେ ମିଳୁଛି ଭେଜାଲ ମେଡିସିନ
ଅନଲାଇନରେ ମିଳୁଛି ଭେଜାଲ ମେଡିସିନ

ଭୁବନେଶ୍ବର:ଲୋକଙ୍କ ହାତ ପାହାନ୍ତାରେ ଜିନିଷ ପହଞ୍ଚାଇବାକୁ ଅନଲାଇନ ସୁବିଧା ରହିଛି । ଲାଭ ରଖିବା ଆଶାରେ ଅନଲାଇନରେ ଜିନିଷ ଅର୍ଡର କରିବା ନେଇ ଲୋକଙ୍କ ମଧ୍ୟରେ ଅଧିକ ଆଗ୍ରହ ମଧ୍ୟ ଦେଖାଦେଇଛି । ଅନଲାଇନରେ ମେଡିସିନ ଉବଲବ୍ଧ ହେବା ପରେ ଲୋକ ଅନଲାଇନରେ ଘରେ ବସି ମେଡିସିନ ଅର୍ଡର କରିବା ଆରମ୍ଭ କରିଛନ୍ତି ଯାହା ଲୋକଙ୍କୁ ମହଙ୍ଗା ପଡିଛି । ଅନଲାଇନରେ ନକଲି ଔଷଧ ଆସୁଥିବା ଅଭିଯୋଗ ହୋଇଛି । ଏ ଦିଗରେ ଡ୍ରଗ୍ସ କଣ୍ଟ୍ରୋଲର ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଡ୍ରଗିଷ୍ଟି ସଂଘର ସଭାପତି ପ୍ରଗତି ମହାନ୍ତି ।

ଅନଲାଇନ ମେଡିସିନ କାରବାରରେ ଅନେକ ସମୟରେ ଔଷଧ ନକଲି ଆସିଥାଏ । ଅନେକ ସମୟରେ କମ୍ପାନୀ ମଧ୍ୟ ନକଲି ଆସିଥାଏ । ଔଷଧ ସମ୍ପୂର୍ଣ୍ଣ ଭାବରେ ଅସଲି ଭଳି ଦେଖାଯାଉଥିବା ବେଳେ ଜାଣିବା ମୁସ୍କିଲ ହୋଇପଡିଯାଏ ଏହି ଅସିଲି କି ନକଲି । ଔଷଧ ଦୋକାନୀମାନେ ଅଧିକ ଲାଭ ଆଶାରେ ବିଭିନ୍ନ କମ୍ପାନୀଠାରୁ ଔଷଧ କିଣିଥାନ୍ତି । ଯାହା ଫଳରେ ଦୋକାନିଙ୍କୁ କମ ପଇସାରେ ଔଷଧ ମିଳିଯାଉଛି । ଏହି ନକଲି ଔଷଧ କାରବାରରେ ଚଢାଉ ବେଳେ ଅନେକ ଧରା ପଡୁଛନ୍ତି । ଏନେଇ ଡ୍ରଗ୍ସ କଣ୍ଟ୍ରୋଲର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।

ସାଧାରଣ ଭାବରେ ଔଷଧ ଦୋକାନୀମାନେ ଅନେକ ୱେବସାଇଟରୁ ଔଷଧ ଅନଲାଇନରେ ମଗାଇଥାନ୍ତି । ଔଷଧ ମଗାଇବାରେ କୌଣସି ନିୟମ ନାହିଁ ଯାହା ରୋକ କରି ଦିଆଯିବ। କାରଣ କୋରୋନା ମହାମାରୀ ସମୟରେ ଅନେକ ସ୍ଥାନରେ ଗମନାଗମନର ଅସୁବିଧା ଦେଖାଯାଉଥିବା । ଯାହା ଫଳରେ ଔଷଧ ଅନଲାଇନରେ ଅର୍ଡର କରାଯାଇଥାଏ । ଡ୍ରଗିଷ୍ଟିକ ସଂଘର ସଭାପତି ପ୍ରଗତି ମହାନ୍ତି କହିଛନ୍ତି ଯେ ଦୋକାନୀମାନେ ଅନେକ ସମୟରେ ସୁବିଧାକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟ କରୁଛନ୍ତି । କଟକରୁ ଅନେକ ଭେଜାଲ ମେଡିସିନ ଜବତ କରାଯାଇଛି । ସମସ୍ତ ଔଷଧକୁ ଟେଷ୍ଟ ପାଇଁ ପଠାଯାଇଛି । ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି କହିଛନ୍ତି ଡ୍ରଗିଷ୍ଟି ସଂଘର ସଭାପତି । ଏ ଦିଗରେ ଲୋକମାନଙ୍କୁ ସତର୍କ ରହିବା ଆବଶ୍ୟକ ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 16, 2021, 10:09 AM IST

ABOUT THE AUTHOR

...view details