ଓଡିଶା

odisha

By

Published : Mar 1, 2021, 9:13 PM IST

ETV Bharat / city

ଧାରଣାରେ ରାଜ୍ୟ ଗ୍ରନ୍ଥାଗାରର ଛାତ୍ରଛାତ୍ରୀ

ଧାରଣାରେ ବସିଲେ ରାଜ୍ୟ ଗ୍ରନ୍ଥାଗାରର ଛାତ୍ରୀଛାତ୍ରୀ । ଧାରଣାରେ ବସିବା ସହ ନାରାବାଜି ଦେଇ ଗ୍ରନ୍ଥାଗାରର ସ୍ଥିତି ବଦଳାଇବାକୁ ଦାବି କରିଛନ୍ତି । ଯାହାକୁ ନେଇ ଗ୍ରନ୍ଥାଗାର ସମ୍ମୁଖରେ ଛାତ୍ର ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ...

ଧାରଣାରେ ରାଜ୍ୟ ଗ୍ରନ୍ଥାଗାରର ଛାତ୍ରଛାତ୍ରୀ
ଧାରଣାରେ ରାଜ୍ୟ ଗ୍ରନ୍ଥାଗାରର ଛାତ୍ରଛାତ୍ରୀ

ଭୁବନେଶ୍ୱର : ଧାରଣାରେ ବସିଲେ ରାଜ୍ୟ ଗ୍ରନ୍ଥାଗାରର ଛାତ୍ରୀଛାତ୍ରୀ । ଧାରଣାରେ ବସିବା ସହ ନାରାବାଜି ଦେଇ ଗ୍ରନ୍ଥାଗାରର ସ୍ଥିତି ବଦଳାଇବାକୁ ଦାବି କରିଛନ୍ତି । ଯାହାକୁ ନେଇ ଗ୍ରନ୍ଥାଗାର ସମ୍ମୁଖରେ ଛାତ୍ର ଅସନ୍ତୋଷ ଦେଖାଦେଇଛି । ତେବେ ସେମାନଙ୍କ ଦାବି ରହିଛି ଯେ, ଲାଇବ୍ରେରୀର ପଢିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ପରିବର୍ତ୍ତନ ସହ ପର୍ୟ୍ୟାପ୍ତ ପରିମାଣର ବହି ଯୋଗାଇ ଦିଆଯାଉ । ତେବେ କୋଭିଡ ପରଠୁ ୬୦୦ ପିଲା ପାଠ ପଢିବାର ବ୍ୟବସ୍ଥା ରହିଛି । ହେଲେ ଏତେ ସଂଖ୍ୟକ ପିଲାଙ୍କ ପାଇଁ ପ୍ରତି ବିଷୟବସ୍ତୁର ଜମାରୁ ୨ଟି ବହି ରଖାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ସବୁଠାରୁ ବଡ଼ କଥା ହେଲା ଲାଇବ୍ରେର କାର୍ଡ ନବୀକରଣ କରାନଯିବା,ବହି ନଥିବାରୁ ୬ ରୁ 10 ଜଣ ପିଲା ପଢିବାକୁ ଆସୁଛନ୍ତି । ହେଲେ ଏହି ସବୁ କାରଣରୁ ଆଉ ଅବଶିଷ୍ଟ ପିଲା ପଢିବାରୁ ବଂଚିତ ହେଉଛନ୍ତି ।

ଧାରଣାରେ ରାଜ୍ୟ ଗ୍ରନ୍ଥାଗାରର ଛାତ୍ରଛାତ୍ରୀ

ଖାଲି ସେତିକି ନୁହେଁ ପିଲାମାନଙ୍କୁ ମୌଳିକ ସୁବିଧା ସୁଯୋଗ ବି ମିଳୁନାହିଁ । ପିଲାମାନେ ବାହାରେ ପାର୍କରେ ଖରାରେ ବସି ପାଠ ପଢୁଛନ୍ତି । ତେଣୁ, ଯେଉଁଠି ଦେଶ ଅବା ରାଜ୍ୟର ଭବିଷ୍ୟତ ଗଢା଼ହେବ ପାଇଁ ଶହ ଶହ ଛାତ୍ରଛାତ୍ରୀ ଅନେକ ଆଶା ନେଇ ପଢିବାକୁ ଆସିଥାନ୍ତି, ସେଇଠି ପିଲାଙ୍କୁ ଯେତେବେଳେ ସୁବିଧା ନ ମିଳିଥାଏ ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ତେଣୁ, ଏଦିଗରେ ସଂସ୍କୃତି ବିଭାଗ ଓ ସରକାର ଧ୍ୟାନ ଦେବା ପାଇଁ ପିଲାମାନେ ଦାବି କରିଛନ୍ତି । ସେପଟେ ଏନେଇ ବିଭାଗ ପଦଟିଏ ବି ମୁହଁ ଖୋଲି ନଥିବାବେଳେ ଯେପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସେମାଙ୍କ ସୁବିଧା ନମିଳିଛି ସେପର୍ଯ୍ୟନ୍ତ ଏମିତି ଆନ୍ଦୋଳନ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀ ପ୍ରତିକ୍ରିୟା ରଖିଛନ୍ତି ।

ଭୁବନେଶ୍ୱରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details