ଓଡିଶା

odisha

ETV Bharat / city

ବାଧା ସାଜିଲା ମେଘୁଆ ପାଗ, ଦେଖିପାରିଲେନି ସୂର୍ଯ୍ୟପରାଗ

ଓଡିଶାବାସୀ ଦେଖି ପାରିଲେ ନାହିଁ ସୁର୍ଯ୍ୟପରାଗ। କଳାବାଦଲ ସାଜିଲା ବାଧକ। ଅଧିକ ପଢନ୍ତୁ.....

By

Published : Dec 26, 2019, 5:13 PM IST

ବାଧା ସାଜିଲା ମେଘୁଆ ପାଗ, ଦେଖିପାରିଲେନି ସୂର୍ଯ୍ୟପରାଗ
ବାଧା ସାଜିଲା ମେଘୁଆ ପାଗ, ଦେଖିପାରିଲେନି ସୂର୍ଯ୍ୟପରାଗ

ଭୁବନେଶ୍ବର: ଫସର ଫାଟିଲା ପ୍ଲାନେଟୋରିୟମର ସମସ୍ତ ଆୟୋଜନ। ରାଜ୍ୟବାସୀ ଦେଖି ପାରିଲେ ନାହିଁ ସୁର୍ଯ୍ୟପରାଗ । କଳାବାଦଲ ସାଜିଲା ବାଧକ।

ବାଧା ସାଜିଲା ମେଘୁଆ ପାଗ, ଦେଖିପାରିଲେନି ସୂର୍ଯ୍ୟପରାଗ

ଗୁରୁବାର ଥିଲା 2019ର ଶେଷ ସୂର୍ଯ୍ୟପରାଗ । ଯାହାକୁ ଦେଖିବା ପାଇଁ ଭୁବନେଶ୍ବର ପ୍ଲାନେଟୋରିୟମ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା। ଲୋକେ ପ୍ରାରମ୍ଭରେ ସୂର୍ଯ୍ୟ ପରାଗର ମଜା ନେଇ ପାରିବା ନେଇ ପ୍ଲାନେଟୋରିୟମର ପକ୍ଷରୁ ଦୁଇ ଦିନ ପୂର୍ବରୁ ହିଁ ପୂର୍ବ ପ୍ରସ୍ତୁତି କରାଯାଇଥିଲା।

ଏନେଇ ସ୍ବତନ୍ତ୍ର କଳାଚଷମା ବିକ୍ରି ସହ ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ଖଞ୍ଜା ଯାଇଥିଲା ହେଲେ ଖରପ ପାଗ ଯୋଗୁ ଲୋକେ ସୂର୍ଯ୍ୟ ପରାଗ ଦେଖିପାରିଲେ ନାହିଁ। ପରେ ଅନେକ ଛୋଟ ଛୋଟ ପିଲା ନିରାଶ ହୋଇ ଘରକୁ ଫେରିଯାଇଥିବାର ଦେଖିବାକୁ ମିଳିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details