ଓଡିଶା

odisha

ETV Bharat / city

ରାଜଧାନୀର ମେଡିସିନ ଦୋକାନରେ ଡ୍ରଗ୍ସ ଟିମର ଚଢାଉ

ରାଜଧାନୀରେ ଡ୍ରଗ୍ସ ସ୍କ୍ବାଡର ଚଢାଉ । କୋଡେନ ଜାତୀୟ ନିଶା ବଟିକା ଓ ସିରପ ବିକ୍ରି ନେଇ ଏହି ଚଢାଉ କରାଯାଇଛି ।

By

Published : Oct 16, 2019, 8:26 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଡ୍ରଗ୍ସ ସ୍କ୍ବାଡର ଚଢାଉ। କୋଡେନ ଜାତୀୟ ନିଶା ବଟିକା ଓ ସିରପ ବିକ୍ରି ନେଇ ଏହି ଚଢାଉ କରାଯାଇଛି । ମଞ୍ଚେଶ୍ବର ଶିଳ୍ପାଞ୍ଚଳର ଅନେକ ରିଟେଲ ଷ୍ଟୋରରେ ଚଢାଉ କରିଥିଲା ଡ୍ରଗସ ରେଞ୍ଜ ୱାନ ଟିମ ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଡ୍ରଗ୍ସ ଇନସ୍ପେକ୍ଟର ପରବେଶ ଲେଙ୍କା, ଏସଆଇ ମଧୁସୂଦନ ସାହୁଙ୍କ ନେତୃତ୍ବରେ ଏକ ଟିମ ବିଭିନ୍ନ ଦୋକାନରେ ଛାନଭିନ କରିଥିଲେ । ତେବେ ଅଧିକାଂଶ ଦୋକାନ ଖବର ପାଇ ବନ୍ଦ କରିଦେଇଥିବା ବେଳେ ବିଶେଷ କରି ଶ୍ରମିକ ଓ ବସ୍ତି ଅଞ୍ଚଳ ମାନଙ୍କରେ ଏଭଳି ନିଶା ବଟିକା ଓ ସିରପ ବିକ୍ରି କରାଯାଇଥାଏ।

ସେଡାଟିଭ ଓ ହିପ୍ନୋଟିକ ଜାତୀୟ ଔଷଧ ବିଶେଷ କରି ନିଶା ପାଇ ବ୍ୟବହାର ହୋଇଥାଏ । ଏନେଇ ଚଢାଉ କରାଯାଇଥିବା ବେଳେ ରାଜଧାନୀରେ ମେଡିସିନ ଷ୍ଟୋର ମାନଙ୍କ ମଧ୍ୟରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଥିଲା।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details