ଓଡିଶା

odisha

ETV Bharat / city

ପ୍ରାକ୍ ନିର୍ବାଚନୀ ଧରପଗଡ, ରାଜଧାନୀରୁ ଡ୍ରଗ୍ସ ଡିଲର ଗିରଫ - police

ଜୟଦେବ ବିହାର ସ୍ଥିତ ପାଲ ହାଇଟ୍ସ ସାମ୍ନାରୁ ଏହି ଡ୍ରଗ୍ସ ପେଡଲର ତଥା ବ୍ରାଉନସୁଗାର ଡିଲର ଗିରଫ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସୋମନାଥ ମାଝି ଓରଫ ପାକୁ ସହ ତାର 3 ଜଣ ସହଯୋଗୀ ଗିରଫ ହୋଇଛନ୍ତି । ଏନଡିପିଏସ ଆକ୍ଟ ୨୧-ବି ଆର୍ମସ ଆକ୍ଟରେ ପୋଲିସ ଏମାନଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

By

Published : Apr 2, 2019, 11:48 PM IST

ଭୁବନେଶ୍ୱର: କମିଶନରେଟ୍ ପୋଲିସର ପ୍ରାକ୍ ନିର୍ବାଚନୀ ଧରପଗଡ । ଏଥର ବ୍ରାଉନସୁଗାର ସପ୍ଲାୟର ନୁହେଁ ହାଇପ୍ରୋଫାଇଲ ଡ୍ରଗ୍ସ ପେଡଲରକୁ ଗିରଫ କରିଛି ପୋଲିସ । ସହିଦନଗର ଥାନା ଅଧିନଜୟଦେବ ବିହାର ସ୍ଥିତ ପାଲ ହାଇଟ୍ସ ହୋଟେଲ ସାମ୍ନାରୁ ଏହି ଡ୍ରଗ୍ସ ପେଡଲର ତଥା ବ୍ରାଉନସୁଗାର ଡିଲରକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩୨ ଲକ୍ଷ ଟଙ୍କାର ୩୨ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ବନ୍ଧୁକ, ଦୁଇ ରାଉଣ୍ଡ ଗୁଳି, ଟଙ୍କା, ମୋବାଇଲ ଫୋନ ସହ ଗୋଟିଏ ସ୍କର୍ପିଓ କାର ଜବତ ହୋଇଛି ।

ତେବେ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସୋମନାଥ ମାଝି ଓରଫ ପାକୁ ସହ ତାର 3 ଜଣ ସହଯୋଗୀ ଗିରଫ ହୋଇଛନ୍ତି। ପାକୁ ଖୋର୍ଦ୍ଧା ଅଞ୍ଚଳରେ ଏହି କାରବାରରେ ବେଶ ସକ୍ରୀୟ ଥିବା ବେଳେ ଖୋର୍ଦ୍ଧା ଥାନାରେ ତା' ନାଁରେ ଡ୍ରଗ୍ସ କାରବାର ଓ ହତ୍ୟା ଭଳି ଅନେକ ମାମଲା ଦାୟର ହୋଇଛି।

ସୂଚନାନୁସାରେ, ଭୁବନେଶ୍ୱରରେ ନିର୍ବାଚନୀ ଚାହିଦାକୁ ଦୃଷ୍ଟିରେ ରଖି ସେ ସେଠାରେନୂଆ ନୂଆ ଡ୍ରଗ୍ସ ବ୍ୟବସାୟ ଆରମ୍ଭ କରିଥିଲା । ସେ ନେଇ ଜଣେ ବଡ ଡ୍ରଗ୍ସ ସପ୍ଲାୟରକୁ ଡ୍ରଗ୍ସ ଡିଲ କରିବାକୁ ଆସିଥିଲା । ଖବର ପାଇଁ କ୍ୟୁଏଟି ଟିମ ଓ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ଚଢାଉ କରିଥିଲା। ଏହି ସମୟରେ ପାକୁ ଓ ତାର ସହଯୋଗୀ ପୋଲିସ ହାତରେ ଧରାପଡିଥିଲେ।

ପାକୁ ସଫାରି ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନର ବେପାରୀଙ୍କୁ ବ୍ରାଉନସୁଗାର ଯୋଗାଉଥିଲା। ପରେ ସେହି ପୁଡିଆ ଖୁରୁରା ବେପାରୀଙ୍କ ମାଧ୍ୟମରେ ବଡ ବଡ ଗ୍ରାହକଙ୍କ ନିକଟକୁପହଞ୍ଚୁଥିଲା । ହେଲେ କମିଶନରେଟ ପୋଲିସ ହାତରେ ଧରାପଡିବା ପରେ ପୋଲିସ ପାକୁ ନାଁରେ ୧୧୦ ଧାରାରେ ମାମଲାଲଗାଇବା ପାଇଁ ଯୋଜନା କରୁଛି । ଏବେ ଏନଡିପିଏସ ଆକ୍ଟ ୨୧ବି, ଆର୍ମସ ଆକ୍ଟରେ ପୋଲିସ ଏମାନଙ୍କୁ ଗିରଫ କରିଛି ।

ଆଗକୁ ନିର୍ବାଚନ ଥିବାରୁ ରାଜ୍ୟର ସମସ୍ତ ବେଆଇନ କାରବାର ଉପରେ ରୋକ ଲଗାଇବାକୁ ପୋଲିସ ପକ୍ଷରୁ ତତ୍ପରତା ଦେଖାଦେଇଛି। ଏହି କ୍ରମରେ ନିଶା କାରବାର ଉପରେ ଫୋକସ ଦେଇଛି କମିଶନରେଟ ପୋଲିସ ।

ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details