ଓଡିଶା

odisha

ମାସ୍କ ଓ ସାନିଟାଇଜର ପାଇଁ ରାଜଧାନୀରେ କଳାବଜାରୀ

ଭୁବନେଶ୍ବରରେ ମାସ୍କ ଓ ସାନିଟାଇଜର କଳାବଜାରୀ ରୋକିବାକୁ ଚଢଉ କଲା ଭେଷଜ ନିରୀକ୍ଷଣ ବିଭାଗ । ଅଧିକ ସୂଚନା ପାଇଁ ପଢନ୍ତୁ ...

By

Published : Mar 15, 2020, 11:47 PM IST

Published : Mar 15, 2020, 11:47 PM IST

raid on medicine store  in Bhubaneswar
ମାସ୍କ ଓ ସାନିଟାଇଜର କଳାବଜାରୀ ରୋକିବାକୁ ଚଢଉ

ଭୁବନେଶ୍ବର : କଳାବଜାରୀ ରୋକିବାକୁ ସ୍ମାର୍ଟସିଟି ଭୁବନେଶ୍ବର ମେଡ଼ିସିନ ଷ୍ଟୋର ଉପରେ ଚଢ଼ଉ। ଭେଷଜ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ରବିବାର ଭୁବନେଶ୍ବର ୩ଟି ଜୋନ ପକ୍ଷରୁ ସହରର ବିଭିନ୍ନ ମେଡ଼ିସିନ ଷ୍ଟୋର ଗୁଡିକରେ ଚଢ଼ଉ କରାଯାଇଥିଲା। ୩ଟି ଜୋନର ଭେଷଜ ନିରୀକ୍ଷକଙ୍କ ସୂଚନା ଅନୁସାରେ ଔଷଧ ଦୋକାନରେ ପର୍ଯ୍ୟାପ୍ତ ସାନିଟାଇଜର ଓ ମାସ୍କ ରଖାଯାଇଛି । ଜନସାଧାରଣ ବିଚଳିତ ନହେବା ପାଇଁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ମାସ୍କ ଓ ସାନିଟାଇଜର କଳାବଜାରୀ ରୋକିବାକୁ ଚଢଉ

କରୋନା ଭାଇରସ ଏବେ ତାର କାୟା ବିସ୍ତାର କରୁଥିବା ବେଳେ ଏହାଠାରୁ ଦୁରେଇ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ କୁହାଯାଇଛି। ଏଥିପାଇଁ ସାନିଟାଇଜର ଓ ମାସ୍କ କଳାବଜାରୀ ହେଉଥିବା ଜଣାପଡିଛି । ଚଢା ଦରରେ ବିକ୍ରି ହେଉଛି ମାସ୍କ ଓ ସାନିଟାଇଜର । ଯାହାକୁ ଦେଖି ଭେଷଜ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ସହରର ବିଭିନ୍ନ ମେଡ଼ିସିନ ଷ୍ଟୋରରେ ଚଢ଼ାଉ କରିଥିଲା ।

ସହରର ଏକ ମେଡ଼ିସିନ ଷ୍ଟୋରରେ ସାନିଟାଇଜର ଓ ମାସ୍କ ଅଧିକ ଦରରେ ବିକ୍ରି ହେଉଥିବା ନେଇ ଅଭିଯୋଗ କରିଥିଲେ ଜଣେ ଗ୍ରାହକ । ଏନେଇ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ଫୃକ୍ତ ମେଡିସିନ ଷ଼୍ଟୋର ମାଲିକ । ସେହିଭଳି ଦୋକାନରେ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ଓ ସାନିଟାଇଜର ରହିଛି ବୋଲି ଦୋକାନ ପକ୍ଷରୁ କୁହାଯାଇଥଲା ।

ଦୋକାନରେ ମାସ୍କ ପିଛା ୫୦ ଟଙ୍କା ଓ ସାନିଟାଇଜର ୧୫୦ ଟଙ୍କା ରେଟ ରେ ବିକ୍ରି ହେଉଛି। ସବୁଆଡେ ମାସ୍କ ଓ ସାନିଟାଇଜର କଳାବଜାରୀ ହେଉଛି ବୋଲି ଚର୍ଚ୍ଚା ଜୋର ଧରିଛି । ତେଣୁ ଭୁବନେଶ୍ବର ୧,୨,୩ ଭେଷଜ ନିରୀକ୍ଷକଙ୍କ ପକ୍ଷରୁ ସହରର ବିଭିନ୍ନ ମେଡ଼ିସିନ ଷ୍ଟୋର ରେଡ଼ କରାଯାଇଥିଲା । ଏନେଇ ବିଭାଗ ପକ୍ଷରୁ ୫୦ ଟି ମେଡ଼ିସିନ ଷ୍ଟୋର ରେ ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ମାସ୍କ ଓ ସାନିଟାଇଜର ରଖାଯାଇଥିବା କହିଛନ୍ତି ଭେଷଜ ନିରୀକ୍ଷକ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ , ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details