ଓଡିଶା

odisha

By

Published : Jul 8, 2022, 4:34 PM IST

ETV Bharat / city

ନବୀନ ନିବାସରେ ମଧ୍ୟାହ୍ନ ଭୋଜନ କଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ

ଦିଲ୍ଲୀ ଫେରିବା ପୂର୍ବରୁ ଭାଇ ଘରକୁ ଯାଇ ଆପ୍ୟାୟିତ ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସକୁ ଯାଇ ସ୍ୱାଦିଷ୍ଟ ଓଡିଆ ଭୋଜନ କରିଛନ୍ତି ଦ୍ରୌପଦୀ । ସେଠାରେ ନବୀନଙ୍କ ସହ କିଛି ସମୟ ଏକାନ୍ତରେ ଆଲୋଚନା କରିଛନ୍ତି ଦ୍ରୌପଦୀ । ଅଧିକ ପଢନ୍ତୁ

ନବୀନ ନିବାସରେ ମଧ୍ଯାହ୍ନ ଭୋଜନ କଲେ  ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନି
ନବୀନ ନିବାସରେ ମଧ୍ଯାହ୍ନ ଭୋଜନ କଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନି

ଭୁବନେଶ୍ବର: ଦିଲ୍ଲୀ ଫେରିବା ପୂର୍ବରୁ ଭାଇ ଘରକୁ ଯାଇ ଆପ୍ୟାୟିତ ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସକୁ ଯାଇ ସ୍ୱାଦିଷ୍ଟ ଓଡିଆ ଭୋଜନ କରିଛନ୍ତି ଦ୍ରୌପଦୀ । ସେଠାରେ ନବୀନଙ୍କ ସହ କିଛି ସମୟ ଏକାନ୍ତରେ ଆଲୋଚନା କରିଛନ୍ତି ଦ୍ରୌପଦୀ ।

ନବୀନ ନିବାସରେ ମଧ୍ଯାହ୍ନ ଭୋଜନ କଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନି

ଭଉଣୀ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଛନ୍ତି ଭାଇ ନବୀନ । ମଧ୍ୟାହ୍ନ ଭୋଜନରେ ଦ୍ରୌପଦୀଙ୍କୁ ପରଷା ଯାଇଛି ନିରାମିଷ ଓଡିଆ ଭୋଜନ । ଦ୍ରୌପଦୀ ଦୀର୍ଘ ବର୍ଷ ପୂର୍ବରୁ ବ୍ରହ୍ମକୁମାରୀ ଦୀକ୍ଷା ଗ୍ରହଣ କରିଛନ୍ତି, ତେଣୁ ଏହାକୁ ଦୃଷ୍ଟିରେ ରଖି ଭଉଣୀ ଲାଗି ନିରାମିଷ ବ୍ୟଞ୍ଜନ ପରସିଛନ୍ତି ଭାଇ ନବୀନ । ଏଥିରେ ଭାତ, ଡାଲି, ଖେଚୁଡି, ବାଇଗଣ ଭଜା, ପୋଟଳ କଷା ରହିଛି । ଦ୍ରୌପଦୀଙ୍କର ଡାଇବେଟିସ ଥିବାରୁ ତାଙ୍କୁ ମିଠା କିମ୍ବା ଆଇସକ୍ରିମ ପରସା ଯାଇନାହିଁ । ଏହା ସହ ଆଉ କିଛି ସ୍ବାଦିଷ୍ଟ ଓଡିଆ ଖାଦ୍ୟ ରହିଛି । ଦ୍ରୌପଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଛି ।

ଦ୍ରୌପଦୀ ଦିନିକିଆ ଓଡିଶା ଗସ୍ତ ଶେଷ କରି ନବୀନ ନିବାସରୁ ସିଧା ଦିଲ୍ଲୀ ଯାଇଛନ୍ତି । ତାଙ୍କୁ ବିମାନବନ୍ଦରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ବିଦାୟୀ ସମ୍ବର୍ଦ୍ଧନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details