ଭୁବନେଶ୍ୱର: ରାଜ୍ୟରେ ଡ୍ରପ ଆଉଟ ହାର 4.75 ପ୍ରତିଶତ । ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି ଯେ 2020-21 ମସିହାରେ ଓଡିଶାରେ ଡ୍ରପ ଆଉଟ ହାର 4.75 ପ୍ରତିଶତ ରହିଛି।
ମନ୍ତ୍ରୀ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, 2020-21 ମସିହାରେ ନବରଙ୍ଗପୁର ଜିଲ୍ଲାର ଡ୍ରପ ଆଉଟ୍ ହାର ସର୍ବାଧିକ 13.35 ପ୍ରତିଶତ ରହିଛି । ଏହାପରେ ମାଲକାନଗିରିରେ 13% ଏବଂ ଗଜପତି 9.38% ରହିଛି ।