ଭୁବନେଶ୍ବର:ଖରାଦିନେ ଉତ୍କଟ ପାନୀୟ ଜଳ ସମସ୍ୟା ନେଇ ଗୃହ ସରଗରମ । ପାନୀୟ ଜଳ ପ୍ରକଳ୍ପ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ ପ୍ରକାଶିତ । ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଆଲୋଚନା ବେଳେ ଗୃହରେ ଉଠିଲା ପିଇବା ପାଣି ପ୍ରସଙ୍ଗ । ଖରାଦିନେ ପିଇବା ପାଣିର ସମସ୍ୟା ନେଇ ଗୃହରେ ଉଦବେଗ । ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । 22ବର୍ଷ ଭିତରେ 9 ଗୋଟି ପାନୀୟ ଜଳ ପ୍ରକଳ୍ପ ହୋଇ ପାରିଛି ବୋଲି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ବିରୋଧୀଙ୍କ ପ୍ରଶ୍ନର ଜବାବ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା । ଚଳିତ ବର୍ଷ ଶେଷ ସୁଦ୍ଧା ସବୁ ପୌରାଞ୍ଚଳରେ ପାଇପ ପାଣି ଯୋଗାଣ ହେବ । ୨୦୨୪ ସୁଦ୍ଧା ସବୁ ଗ୍ରାମାଞ୍ଚଳରେ ପାଇପ୍ ଯୋଗେ ପାଣି ଯୋଗାଣ ଲକ୍ଷ୍ୟ କହିଲେ ପ୍ରତାପ ଜେନା ।
ଖରାଦିନେ ପିଇବା ପାଣିର ଘୋର ସଙ୍କଟ ଦେଖା ଦେଇଛି । କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି ଏ ପ୍ରସଙ୍ଗ ଉଠାଇଛନ୍ତି । ମେଗା ପାଇପ ପାଣି ପହଞ୍ଚିବା ପର୍ଯ୍ୟନ୍ତ କେଉଁ ବ୍ୟବସ୍ଥା ସରକାର କରୁଛନ୍ତି ବୋଲି ଗୃହରେ ପ୍ରଶ୍ନ କରିଛନ୍ତି ଶାସକ ଦଳ ବିଧାୟକ ପ୍ରଦୀପ ଅମାତ । ଯଦି ନ ହୋଇଛି ତେବେ ଟ୍ୟୁବୱେଲ ଯୋଗେ ପାଣି ଯୋଗାଇବାକୁ ଗୃହରେ ଦାବି କରିଛନ୍ତି । ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ମାତ୍ର 22 ବର୍ଷ ଭିତରେ 9 ଗୋଟି ପାନୀୟ ଜଳ ପ୍ରକଳ୍ପ ହୋଇପାରିଛି ବୋଲି ସରକାରଙ୍କୁ କଡା ସମାଲୋଚନା କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।