ଓଡିଶା

odisha

ETV Bharat / city

ଡକ୍ଟର ପ୍ରଦୀପ ଦାଶ ପାଇଲେ 40ତମ ଶାରଳା ପୁରସ୍କାର - ଭୁବନେଶ୍ବର

ପୂର୍ବତନ ଓଡିଶା ପ୍ରଶାସନିକ ସେବାର ଅଧିକାରୀ ଡକ୍ଟର ପ୍ରଦୀପ ଦାଶଙ୍କୁ ଚଳିତ ବର୍ଷ ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦାନ କରିଛନ୍ତି ପୁରସ୍କାର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Oct 27, 2019, 3:56 AM IST

ଭୁବନେଶ୍ବର: ବିଶିଷ୍ଟ ସାରସ୍ୱତ ସାଧକ ତଥା ଓଡିଶା ପ୍ରଶାସନିକ ସେବାର ଅଧିକାରୀ ଡକ୍ଟର ପ୍ରଦୀପ ଦାଶଙ୍କୁ ଚଳିତ ବର୍ଷ ପାଇଁ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି । ଯାହାକି ଇମ୍ଫା ଚାରିଟେବଲ ଟ୍ରଷ୍ଟ ଦ୍ୱାରା ପ୍ରତିବର୍ଷ ସାହିତ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କଟିଥିବା ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଏ ।

ଡକ୍ଟର ପ୍ରଦୀପ ଦାଶ ପାଇଲେ 40ତମ ଶାରଳା ପୁରସ୍କାର


ସ୍ଥାନୀୟ ଏକ ତାରକା ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହା ସହିତ ଚଳିତ ବର୍ଷର ଇଲା ପଣ୍ଡା ସଙ୍ଗୀତ ସମ୍ମାନ ଶ୍ରୀଯୁକ୍ତ ହର ମୋହନ ଖୁଣ୍ଟିଆଙ୍କୁ ଏବଂ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ଶ୍ରୀଯୁକ୍ତ ଲଲାଟ ମୋହନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ସମସ୍ତଙ୍କୁ ଟ୍ରଷ୍ଟ ପକ୍ଷରୁ ସ୍ମୃତି ଫଳକ, ଉପଢୌକନ ଏବଂ ପ୍ରତୀକାତ୍ମକ ରାଶି ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଛି ।

ସୂଚନାଯୋଗ୍ୟ କି ଡକ୍ଟର ଦାଶଙ୍କ ଗବେଷଣାଲବ୍ଧ ତଥ୍ୟ ସମ୍ବଳିତ ଉପନ୍ୟାସ "ଚରୁ ଚିବର ଓ ଚର୍ଯ୍ୟା" ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଯେଉଁଥିରେ ଦାଶ ଓଡ଼ିଶାରେ ବୌଦ୍ଧ ଧର୍ମର କ୍ରମବିକାଶ ଓ ଲୋକ ଜୀବନରେ ଏହାର କିପରି ପ୍ରସାର ଘଟିଥିଲା ତାହା ଉଲ୍ଲେଖ କରିଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସଦସ୍ୟ ପରମିତା ମହାପାତ୍ର, ସଭାପତି ଶ୍ରୀଯୁକ୍ତ ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details