ଓଡିଶା

odisha

ଗାଁକୁ ଫୋକସ, ଡୋର ଟୁ ଡୋର କରାଯିବ ସର୍ଭେ

By

Published : May 18, 2021, 3:06 PM IST

ଗାଁରେ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଣିକି ଗାଁରେ ଡୋର ଟୁ ଡୋର ବୁଲି ସର୍ଭେ କରିବେ ସ୍ବାସ୍ଥ୍ୟକର୍ମୀ । ଅଧିକ ପଢନ୍ତୁ....

ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ବର:କୋରୋନା ଏବେ ସହରରୁ ଗାଁ ମୁହାଁ ହୋଇଛି । ଏ ନେଇ ଗ୍ରାମାଞ୍ଚଳକୁ ଫୋକସରେ ରଖାଯାଇଛି । ଗାଁରେ ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଣିକି ଗାଁରେ ଡୋର ଟୁ ଡୋର ବୁଲି ସର୍ଭେ କରିବେ ସ୍ବାସ୍ଥ୍ୟକର୍ମୀ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗାଁରେ ପ୍ରତ୍ୟେକ ପରିବାରକୁ ସଚେତନ କରାଯିବା ସହିତ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ ।

ଡୋର ଟୁ ଡୋର କରାଯିବ ସର୍ଭେ

କୋରୋନାର ଦ୍ବିତୀୟ ଲହରରେ ବର୍ତ୍ତମାନ ଗ୍ରାମାଞ୍ଚଳକୁ ବ୍ୟାପିଛି ମହାମାରୀ । ସେଥିପାଇଁ ଗ୍ରାମଞ୍ଚଳକୁ ଫୋକସ ରଖାଯାଇଛି। ପୂର୍ବରୁ ଆଇଏଲଆଇ ସର୍ଭେ ସହ ଡେଙ୍ଗୁ , ମ୍ୟାଲେରିଆ ଓ ଡାଏରିଆର ଇଣ୍ଟିଗ୍ରେଟେଡ଼ ସର୍ଭେ ତିନି ମାସ ପାଇଁ ହୋଇଥିଲା । ଯାହାକୁ ପୁଣି ସକ୍ରିୟ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡୋର ଟୁ ଡୋର ସର୍ଭେକୁ ଫୋକସ କରାଯିବ ।

ପୂର୍ବରୁ ଯେଉଁମାନଙ୍କ ଲକ୍ଷଣ ଥିଲା ସେମାନେ ଟେଷ୍ଟ ପାଇଁ ଆସୁଥିଲେ । ଏଣୁ ନିୟମିତ ଭାବରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କ୍ରମୀ ଡୋର ଟୁ ଡୋର ସର୍ଭେ କରିବେ । ବର୍ତ୍ତମାନ ସୁଦ୍ଧା 56 ହଜାର ଟେଷ୍ଟ କରାଯାଇଛି । ଆଗକୁ ଏହି ଟେଷ୍ଟ ବଢିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

ସଂକ୍ରମଣ ଅପେକ୍ଷା ସୁସ୍ଥହାର ଅଧିକ ରହିଛି । ଗାଁ ଗୁଡିକୁ ଫୋକସରେ ଆଣିବା ବହୁତ ଆଗରୁ କରିବାର ଥିଲା । ଏହା ଏକ ଭଲ ପଦକ୍ଷେପ । ସଂକ୍ରମଣକୁ ରୋକିବା, ମାସ୍କ ପିନ୍ଧିବା ସହିତ କୋରୋନାର ସବୁ ନିୟମକୁ ମାନିଲେ ମହାମାରୀ କବଳରୁ ମୁକ୍ତି ମିଳିବ । ଏ ନେଇ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ଯକତା ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details