ଓଡିଶା

odisha

ETV Bharat / city

ଭକ୍ତଙ୍କୁ ଦର୍ଶନ ମନା, ପୁରୀ ନ ଯିବାକୁ ପରାମର୍ଶ ଦେଲେ ଡିଜିପି - Don't visit Puri, 'darshan' of trinity not allowed: DGP

ଶରଧାବାଲିରେ ତିନି ରଥ ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିନାହିଁ । ଯେଉଁଥିଲାଗି ପୁରୀକୁ ଭକ୍ତମାନେ ନଯିବା ଲାଗି ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଅଭୟ ।

ଭକ୍ତଙ୍କୁ ଦର୍ଶନ ମନା, ପୁରୀ ନଯିବାକୁ ପରାମର୍ଶ ଦେଲେ ଡିଜିପି
ଭକ୍ତଙ୍କୁ ଦର୍ଶନ ମନା, ପୁରୀ ନଯିବାକୁ ପରାମର୍ଶ ଦେଲେ ଡିଜିପି

By

Published : Jun 24, 2020, 2:08 PM IST

ଭୁବନେଶ୍ବର: ଶରଧାବାଲିରେ ତିନି ରଥ ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିନାହିଁ । ଯେଉଁଥିଲାଗି ପୁରୀକୁ ଭକ୍ତମାନେ ନ ଯିବା ଲାଗି ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ଅଭୟ । ଏନେଇ ସେ ଟ୍ବିଟ୍‌ କରି କହିଛନ୍ତି, ‘ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ବର୍ତ୍ତମାନ ପୁରୀର କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି ।’ ତେଣୁ ଆଜି କେହି ପୁରୀ ଯାଅ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି ।

ଗତକାଲି ଘୋଷଯାତ୍ରାରେ ଶ୍ରୀମନ୍ଦିରର ରତ୍ନବେଦୀରୁ ବାହାରି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀକୁ ଆସିଛନ୍ତି । ଯେଉଁଥିଲାଗି ଶ୍ରୀଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇପଡିଛି । ବର୍ତ୍ତମାନ ଶରଧାବାଲିରେ ରଥ ଉପରେ ତିନି ଠାକୁର ଥିବାବେଳେ ଆଜି ସନ୍ଧ୍ୟାରେ ଆଡପମଣ୍ଡପ ବିଜେ କରିବେ । ଯେଉଁଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି ।

ଭକ୍ତଙ୍କୁ ଦର୍ଶନ ମନା, ପୁରୀ ନଯିବାକୁ ପରାମର୍ଶ ଦେଲେ ଡିଜିପି

ଆଡପମଣ୍ଡପ ବିଜେ ପରେ ଆଡପଦର୍ଶନ ହୁଏ । ତେବେ ଚଳିତ ବର୍ଷ ଏହାକୁ ବନ୍ଦ ରଖାଯାଇଛି । କୋରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ନିୟମ କରାଯାଇଛି ।

ସେପଟେ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଡପ ଅଭଡା ପ୍ରସ୍ତୁତି ପରିମାଣ ମଧ୍ୟ କମ୍ କରାଯିବ ବୋଲି ସୂଚନା ମିଳିଛି । ସୂଚନାଥାଉକି, ଗତକାଲି କୋରୋନା କଟକଣା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବିନା ଭକ୍ତରେ ରଥ ଗଡିଥିଲା ।

ସକାଳ 11.55ରୁ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ତାଳଧ୍ବଜ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ଗଡିଥିଲା । ତେବେ ସନ୍ଧ୍ୟା 5 ଟା 15 ସୁଦ୍ଧା ତିନି ରଥ ଶରଧାବାଲିରେ ପହଞ୍ଚିଯାଇଥିଲା ।

ABOUT THE AUTHOR

...view details