ଓଡିଶା

odisha

ETV Bharat / city

ରାଜଧାନୀରେ ବଢୁଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା: କ୍ୟାପିଟାଲ ହସ୍ପିଟାଲରେ ଜମୁଛି ଭିଡ

ରାଜଧାନୀରେ ବଢି ଚାଲିଛି କୁକୁର କାମୁଡା ରୋଗୀଙ୍କ ସଂଖ୍ୟା । ତେବେ କୁକୁର କାମୁଡାର ପ୍ରାର୍ଦୁଭାବ ଏତେ ବଢିଛି ଯେ, କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ରୋଗୀଙ୍କ ଭିଡ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

ରାଜଧାନୀ ବଢୁଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା
ରାଜଧାନୀ ବଢୁଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା

By

Published : May 12, 2022, 5:21 PM IST

ଭୁବନେଶ୍ବର: ରାଜଧାନୀରେ ବଢି ଚାଲିଛି କୁକୁର କାମୁଡା ରୋଗୀଙ୍କ ସଂଖ୍ୟା । ତେବେ କୁକୁର କାମୁଡାର ପ୍ରାର୍ଦୁଭାବ ଏତେ ବଢିଛି ଯେ, କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ରୋଗୀଙ୍କ ଭିଡ ଦେଖିବାକୁ ମିଳୁଛି । ଖାସ୍‌ କରି ଅଧିକ ପୋଷା କୁକୁରଙ୍କ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି ।

ରାଜଧାନୀ ବଢୁଛି କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା

ସେହିପରି ବାହାରେ ବୁଲା କୁକୁର ଯେତିକି ଲୋକଙ୍କୁ କାମୁଡୁଛନ୍ତି, ଘରେ ପୋଷାକୁକୁର ବି ସମାନ ବି ପରିମାଣରେ ଲୋକଙ୍କୁ କାମୁଡୁଛନ୍ତି । ଏବେ କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୨ଶହରୁ ଅଧିକ କୁକୁର କାମୁଡ଼ା ରୋଗୀ ଆସୁଛନ୍ତି । ତେବେ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ରୋଗୀଙ୍କ ହସ୍ପିଟାଲରେ ଲମ୍ବା ଲାଇନ୍‌ ଲାଗୁଛି ।

ସହରରେ ବନ୍ଧ୍ୟାକରଣ ନିୟମିତ ହେଉନଥିବାରୁ ରାଜଧାନୀର ରାଜରାସ୍ତାରେ ବୁଲା କୁକୁରଙ୍କ ସଂଖ୍ୟା ବଢ଼ିଚାଲିଛି । ଲୋକଙ୍କ ଭିତରେ ସଚେତନତା ଅଭାବରୁ କୁକୁର କାମୁଡ଼ା ମାମଲା ବଢ଼ିବାରେ ଲାଗିଛି । ବହୁ ଲୋକ କୁକୁର ରଖୁଛନ୍ତି, କିନ୍ତୁ ସେମାନଙ୍କୁ ଆବଶ୍ୟକ ଟିକାକରଣ କରାଉନାହାନ୍ତି ।

ତେଣୁ ପୋଷା କୁକୁର ଖେଳୁଖେଳୁ ନଖ ବାଜିଯାଉଛି କିମ୍ବା ଦାନ୍ତ ବାଜିଯାଉଛି । ଫଳରେ କୁକୁର କାମୁଡ଼ା ଇଞ୍ଜେକ୍‌ସନ ନେବାକୁ ପଡ଼ୁଛି । କ୍ୟାପିଟାଲ ହସ୍ପିଟାଲ ଜଳାନ୍ତକ ବିଭାଗର ସ୍ୱାସ୍ଥ୍ୟକର୍ମୀ କହିଛନ୍ତି ଯେ, ଏବେ ଦିନକୁ ପ୍ରାୟ ୨ଶହ ପାଖାପାଖି ଟୀକାକରଣ କରାଯାଉଛି । କିଛି ବର୍ଷ ପୂର୍ବରୁ ଏଠାରେ ଦୈନିକ ମାତ୍ର ବହୁତ କମ ଟୀକା ଦିଆଯାଉଥିଲା । ନିୟମାନୁସାରେ ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କୁକୁର କାମୁଡ଼ା ରୋଗୀଙ୍କୁ ଟୀକା ଦିଆଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details