ଭୁବନେଶ୍ବର:ରାଜ୍ୟର ବିଭିନ୍ନ ମେଡିକାଲ କଲେଜରୁ ପଢ଼ିବା ପରେ ବି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ନିଯୁକ୍ତି । ନିଯୁକ୍ତି ଦାବିରେ ରାଜରାସ୍ତା ଓହ୍ଲାଇଲେ ଏହି ଡାକ୍ତର ଛାତ୍ରଛାତ୍ରୀ । ରାଜଧାନୀର ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଛନ୍ତି ଏହି ଯୁବ ଡାକ୍ତର ।
ରାଜ୍ୟର ପାଖାପାଖି ୧ ହଜାର ୬ଶହ ଡାକ୍ତର ବେକାର ହୋଇ ବସିଛନ୍ତି । ବାରମ୍ବାର ସରକାରଙ୍କୁ ଏନେଇ ଅବଗତ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ । ଶେଷରେ ବାଧ୍ଯ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଯଥାଶୀଘ୍ର ଏ ଦିଗରେ ରାଜ୍ୟ ପଦକ୍ଷେପ ନନେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଓଡ଼ିଶାର ବେକାରୀ ଡାକ୍ତର ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।