ଓଡିଶା

odisha

ETV Bharat / city

କ୍ୟାପିଟାଲ ହସ୍ପିଟାଲ ନ୍ୟୁରୋଲୋଜି ବିଭାଗରେ ଡ଼ାକ୍ତର ମରୁଡି, ୩ ଦିନ ବଦଳରେ ଦିନେ ମିଳିବ ସ୍ବାସ୍ଥ୍ୟସେବା - ନ୍ୟୁରୋଲୋଜି ବିଭାଗରେ ଡ଼ାକ୍ତର ମରୁଡି

କ୍ୟାପିଟାଲ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗରେ ଡାକ୍ତର ପଦବି ଖାଲି । ସପ୍ତାହକୁ ୩ ଦିନ ଡାକ୍ତର ଆସୁଥିଲାବେଳେ, ଏବେ କେବଳ ଗୋଟିଏ ଦିନ ।

ନ୍ୟୁରୋଲୋଜି ବିଭାଗରେ ଡ଼ାକ୍ତର ମରୁଡି
ନ୍ୟୁରୋଲୋଜି ବିଭାଗରେ ଡ଼ାକ୍ତର ମରୁଡି

By

Published : Sep 9, 2022, 5:02 PM IST

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗରେ ଡାକ୍ତର ମରୁଡି । ପୂର୍ବରୁ ସପ୍ତାହକୁ ୩ ଦିନ ଡାକ୍ତର ଆସୁଥିଲା । ବର୍ତ୍ତମାନ ଗୋଟିଏ ଦିନ ବି ଆସିବା ମୁସକିଲ ହୋଇ ପଡିଛି । ଏବେ ମାତ୍ର ଗୋଟିଏ ଦିନ ସପ୍ତାହର ପ୍ରତି ସୋମବାର ନ୍ୟୁରୋଲୋଜି ଡାକ୍ତର ଆସିବା ନେଇ ସୂଚନା ମିଳିଛି । ତେଣୁ ରୋଗୀଙ୍କୁ ରବିବାର ମଧ୍ୟ ରାତ୍ରିରୁ ଟିକେଟ କରିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପଞ୍ଜୀକରଣରେ ୪୦ ଜଣଙ୍କୁ ଅନୁମତି ମିଳିବ । ନ୍ୟୁରୋଲୋଜି ସମସ୍ୟା ବର୍ତ୍ତମାନ ମୁଣ୍ଡ ଟେକିଛି । ଏହାର ଗୁରୁତ୍ଵ ବଢୁଥିବାରୁ ଡାକ୍ତରଙ୍କ ଅଭାବ ରୋଗୀ ସେବାରେ ବାଧା ସୃଷ୍ଟି କରୁଛି ।

ନ୍ୟୁରୋଲୋଜି ବିଭାଗରେ ଡ଼ାକ୍ତର ମରୁଡି

କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ହସ୍ପିଟାଲର ଗୁରୁତ୍ବ ଦୃଷ୍ଟିରୁ ଏହାକୁ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବାକୁ ସୁପର ସ୍ପେସାଲିଟି ବିଭାଗ ଖୋଲାଯାଇଥିଲା । ପୂର୍ବରୁ ନ୍ୟୁରୋଲୋଜି ବିଭାଗକୁ ଡାକ୍ତର ସପ୍ତାହକୁ ମାତ୍ର ୩ ଦିନ ରୋଗୀ ଦେଖିବାକୁ ଆସୁଥିଲେ । ଏହା ସହ ପ୍ରତ୍ୟେକ ଥର ୪୦ ଜଣ ଲେଖାଏଁ ରୋଗୀଙ୍କୁ ଚିକିତ୍ସା କରାଯାଉଥିଲା ।

ଏହା ବି ପଢନ୍ତୁ...ଖସିଲା MKCG ମେଡିକାଲର ସିଲିଂ, ଧାରଣାରେ ବିଜେପି କର୍ମକର୍ତ୍ତା

ଯେଉଁ ଦିନ ଡାକ୍ତର ଦେଖିବେ ସେହି ପୂର୍ବ ଦିନ ରାତିରୁ ଟିକେଟ କରିବା ପାଇଁ ଲମ୍ବା ଲାଇନ ଲାଗୁଥିଲା । ନ୍ୟୁରୋଲୋଜି ବିଭାଗର କ୍ୟାପିଟାଲ ହସ୍ପିଟାଲରେ ଏତେ ଆବଶ୍ୟକତା ରହିଥିଲେ ସୁଦ୍ଧା ଡାକ୍ତରଙ୍କ ଆସିବା ଦିନକୁ କମାଇ ଦିଆଯାଇଛି । ପୂର୍ବରୁ ସପ୍ତାହକୁ ତିନି ଦିନ ରୋଗୀ ଦେଖିବାକୁ ଆସୁଥିବାବେଳେ, ଏବେ ମାତ୍ର ଗୋଟିଏ ଦିନ ଆସିବେ ବୋଲି ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଛି । ସପ୍ତାହରେ ଗୋଟିଏ ଦିନ ଅର୍ଥାତ ସୋମବାର ଦିନ ରୋଗୀ ଦେଖିବାକୁ ଡାକ୍ତର ଆସିବାବେଳେ, ଟିକେଟ କରିବାର ପାଇଁ ସୂଚନା ଦିଆଯାଇଛି ।

ରାତି ୩ଟା ୩୦ରୁ ରାତି ୫ଟା୩୦ ପର୍ଯ୍ୟନ୍ତ ଏକ ନମ୍ବର ଟିକେଟ କାଉଣ୍ଟରରେ ଟିକେଟ କରିବେ । ଯେଉଁମାନେ ୪୦ ଜଣଙ୍କ ମଧ୍ୟରେ ରହିବେ ସେମାନଙ୍କୁ ସ୍ବାସ୍ଥ୍ୟସେବା ମିଳିବ । ପଛରେ ଆସିଥିଲେ ସେମାନଙ୍କୁ ଡାକ୍ତରଙ୍କୁ ସାକ୍ଷାତ କରିପାରିବେ ନାହିଁ ବୋଲି ସିଧା ସିଧା ନୋଟିସରେ ଲେଖାଯାଇଛି । ଏହାକୁ ‌ନେଇ କ୍ୟାପିଟାଲ ହସ୍ପିଟାଲ ଉପ‌ରେ ନିର୍ଭର କରୁଥିବା ଜନସାଧାରଣଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି । ଏହାର କେବେ ଅନ୍ତ ଘଟିବ ଏବଂ ପ୍ରତ୍ୟେକ ରୋଗୀ କିପରି ଚିକିତ୍ସା ପାଇବେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details