ଓଡିଶା

odisha

ETV Bharat / city

ମିକ୍ସ ଭ୍ୟାକ୍ସିନ କିଛି ନୂଆ ନୁହେଁ: DMET

ମିକ୍ସ ଟିକା ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ସିବିକେ ମହାନ୍ତି । ମିକ୍ସ ଭ୍ୟାକ୍ସିନ ବିଶ୍ବରେ କିଛି ନୂଆ ନୁହେଁ । ଆମ ରାଜ୍ୟରେ ମିକ୍ସ ଟିକା ଦେବା ପାଇଁ ସରକାର ଗାଇଡଲାଇନ ଆସିଲେ ଟୀକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ କହିଲେ ଡିଏମଇଟି । ଅଧିକ ପଢନ୍ତୁ...

ମିକ୍ସ ଭ୍ୟାକ୍ସିନ ବିଶ୍ବରେ ନୂଆ ନୁହେଁ: ଡିଏମଇଟି
ମିକ୍ସ ଭ୍ୟାକ୍ସିନ ବିଶ୍ବରେ ନୂଆ ନୁହେଁ: ଡିଏମଇଟି

By

Published : Aug 11, 2021, 9:23 PM IST

ଭୁବନେଶ୍ବର: ନିର୍ଦ୍ଧିଷ୍ଟ ଟିକା ଅପେକ୍ଷା ମିକ୍ସ ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି । ନିକଟରେ ICMR ରିସର୍ଚ୍ଚରୁ ଏହା ଜଣାଯାଇଛି । ଏହି ମିକ୍ସ ଭ୍ୟାକ୍ସିନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ମିକ୍ସ ଭ୍ୟାକ୍ସିନ ବିଶ୍ବରେ ନୂଆ ନୁହେଁ: ଡିଏମଇଟି

ଡିଏମଇଟି କହିଛନ୍ତି କି, ଟିକା ମିକ୍ସ ଆଣ୍ଡ ମ୍ୟାଚ ନେଇ ଏ ପର୍ଯ୍ୟନ୍ତ ଭାରତ ସରକାରଙ୍କ କୌଣସି ଗାଇଡ଼ଲାଇନ ଆସିନି । କିନ୍ତୁ ମିକ୍ସ ଆଣ୍ଡ ମ୍ୟାଚ ପଦ୍ଧତି ବିଶ୍ୱରେ ନୂଆ ନୁହେଁ । ପୂର୍ବରୁ ଏହା UK ଓ ଇସ୍ରାଏଲରେ ଆରମ୍ଭ ହୋଇଯାଇଛି । ସେଠାରେ ଅକ୍ସଫୋର୍ଡ ସହ ଫାଇଜର ବା ମଡର୍ଣ୍ଣାର ମିକ୍ସ ଦେଲେ ବେଶୀ ଫଳପ୍ରଦ ହେଉଛି । DCGI ଏବେ କୋଭିସିଲ୍ଡ ଏବଂ କୋଭକ୍ସିନର ମିକ୍ସ ଓ ମ୍ୟାଚ ପରୀକ୍ଷଣ ପାଇଁ ଅନୁମତି ଦେଇଛି । କିନ୍ତୁ ବ୍ୟବହାର ଲାଗି ଅନୁମତି ଦେଇନି । ଯଦି ଭଲ ଫଳାଫଳ ଦିଏ, ଏହା ଟିକା ସମସ୍ୟା ଦୂର କରିବ । ଟିକା ଇଣ୍ଟରଚେଞ୍ଜକୁ ଅନୁମତି ମିଳିଲେ, ଯେଉଁଠି ଗୋଟେ ଟିକା ପହଞ୍ଚି ପାରୁନି ଅନ୍ୟ ଟିକା ଦିଆଯାଇ ପାରିବ । ଫଳରେ ଟୀକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ସିବିକେ ମହାନ୍ତି କହିଛନ୍ତି ।



ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details