ଓଡିଶା

odisha

ETV Bharat / city

କଂଗ୍ରେସରେ କନ୍ଦଳ: ଆରମ୍ଭ ହେଲା ପିସିସି ସଭାପତି ହଟାଅ ଅଭିଯାନ

ପୁଣି କଂଗ୍ରେସରେ ଆରମ୍ଭ ହେଲା ପିସିସି ସଭାପତି ହଟାଅ ଅଭିଯାନ । ସଭାପତି ନିରଞ୍ଜନଙ୍କୁ ହଟାଇବାକୁ ପ୍ରଥମେ ଏହି ନାରା ଦେଇଛନ୍ତି ଏଆଇସିସି ସଦସ୍ୟ ପ୍ରକାଶ ଜେନା ।

By

Published : Apr 22, 2019, 9:47 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପୁଣି କଂଗ୍ରେସରେ ଆରମ୍ଭ ହେଲା ପିସିସି ସଭାପତି ହଟାଅ ଅଭିଯାନ । ସଭାପତି ନିରଞ୍ଜନଙ୍କୁ ହଟାଇବାକୁ ପ୍ରଥମେ ଏହି ନାରା ଦେଇଛନ୍ତି ଏଆଇସିସି ସଦସ୍ୟ ପ୍ରକାଶ ଜେନା । ପ୍ରକାଶ ଅଭିଯୋଗ କରିଛନ୍ତି ଯେ, ଟିକେଟ ବଣ୍ଟନରେ ଅନିୟମିତତା ହୋଇଛି । ଯୋଗ୍ୟ ବ୍ୟକ୍ତିଙ୍କୁ ଟିକେଟ ଦିଆଯାଇନାହିଁ । ଟିକେଟ ପ୍ରଦାନ କରିବାରେ ପାନ୍ତର ଅନ୍ତର କରାଯାଇଛି । ଧ୍ରୁତରାଷ୍ଟ୍ର ଭଳି ବସି ରହି ବାପ ପୁଅ, ବାପ ଝିଅଙ୍କୁ ଟିକେଟ ବାଣ୍ଟିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଯିଏ ଟଙ୍କା ଦେଇଛି ତାଙ୍କୁ ଟିକେଟ ମିଳିଛି । ସବୁଠୁ ଖରାପ ସଭାପତି ହେଉଛନ୍ତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନଙ୍କ ସାଙ୍ଗଠନିକ କ୍ଷମତା ନାହିଁ । ଖାଲି ଟଙ୍କା ବଳରେ ସଭାପତି ହୋଇଛନ୍ତି । ଓଡିଶା ଇତିହାସରେ ପ୍ରଥମ ମହିଳା କଂଗ୍ରେସ ସଭାପତି ଦଳ ଛାଡିଛନ୍ତି । ଘଷିପୁରାରେ ମଧ୍ୟ ନିରଞ୍ଜନଙ୍କୁ କେହି ଗ୍ରହଣ କରୁନାହାଁନ୍ତି । ତେଣୁ ସେ ତୁରନ୍ତ ନିର୍ବାଚନରୁ ଓହରିଯିବା ସହ ପିସିସି ସଭାପତି ପଦରୁ ଇସ୍ତଫା ଦିଅନ୍ତୁ ।
ନଚେତ ଏନେଇ ଖୁବଶିଘ୍ର ରାହୁଲ ଗାନ୍ଧୀଙ୍କୁ ଲିଖିତ ଭାବେ ଅଭିଯୋଗ କରାଯିବ ବୋଲି କହିଛନ୍ତି ପ୍ରକାଶ ଜେନା । ଏପଟେ ଓଡିଶା ଦାୟିତ୍ବରେ ଥିବା ଏଆଇସିସି ସମ୍ପାଦକ ରୁଦ୍ରରାଜୁ କହିଛନ୍ତି ଯେଉଁ କଂଗ୍ରେସ ନେତା ମାନେ ଏହି ସମୟରେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details