ଓଡିଶା

odisha

ETV Bharat / city

ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଡିପ୍ଲୋମା ଛାତ୍ରଛାତ୍ରୀ - ପ୍ରେମାନନ୍ଦ ନାୟକ

ବ୍ୟାକ ପେପର ପରୀକ୍ଷା ଓ ଅଡ୍-ଇଭିନ୍ ସେମିଷ୍ଟାର ଉଚ୍ଛେଦ ଦାବି । ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଡିପ୍ଲୋମା ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

By

Published : Oct 9, 2021, 1:41 PM IST

ଭୁବନେଶ୍ବର: ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କଲେ ଡିପ୍ଲୋମା ଛାତ୍ରଛାତ୍ରୀ । ଶତାଧିକ ଡିପ୍ଲୋମା ଛାତ୍ରଛାତ୍ରୀ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି । ତେବେ ସେମାନେ ବ୍ୟାକ୍ ପେପର ପରୀକ୍ଷା ଓ ଅଡ୍-ଇଭିନ୍ ସେମିଷ୍ଟର ଉଚ୍ଛେଦ ଦାବି କରି ଏହି ଘେରାଉ କରିଥିବା ଜଣାପଡ଼ିଛି ।

ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିବା ସହ ଷ୍ଟେଟ କାଉନସିଲ ଫର ଟେକ୍ନିକାଲ ଏଜୁକେସନ ଆଣ୍ଡ ଭୋକେଶନାଲ ଟ୍ରେନିଂ ସଂସ୍ଥା ବିରୋଧରେ ନାରାବାଜି କରିଛନ୍ତି । ଏନେଇ ମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଛନ୍ତି ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କର ମୁଖ୍ୟ ଦାବି ହେଲା ପ୍ରଥମ ସେମିଷ୍ଟାର ପରୀକ୍ଷା ନ କରି ଛାତ୍ରଛାତ୍ରୀଙ୍କ ପ୍ରମୋସନ କରିବା ଏବଂ ଦ୍ଵିତୀୟରେ ୩ୟ ସେମିଷ୍ଟାର ବ୍ୟାକ ପରୀକ୍ଷାକୁ ଅନଲାଇନ କରିବା ।

ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଏହାସହିତ OJEE କାଉନସେଲିଂ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇଁ ଦାବି ହୋଇଛି । ଅଡ଼ ଇଭିନ ପ୍ରକ୍ରିୟାକୁ ଉଚ୍ଛେଦ କରାଯାଉ ବୋଲି ମନ୍ତ୍ରୀଙ୍କୁ ଭେଟି ଲିଖିତ ଭାବରେ ଦାବି ଜଣାଇଛନ୍ତି ଛାତ୍ରଛାତ୍ରୀ । ଏହାପରେ ବିହିତ ପଦକ୍ଷେପ ନେବା ନେଇ ମନ୍ତ୍ରୀ ପ୍ରତିଶୃତି ଦେଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details