ଓଡିଶା

odisha

ETV Bharat / city

ରାଜ୍ୟବ୍ୟାପୀ ଡିଜିଟାଲ ଆନ୍ଦୋଳନ କଲା ଏଆଇଏସଏଫ

ଏଆଇଏସଏଫ ପକ୍ଷରୁ ରାଜ୍ୟବ୍ୟାପୀ ଡିଜିଟାଲ ଆନ୍ଦୋଳନ । ଏହି ଆନ୍ଦୋଳନରେ ଭୁବନେଶ୍ୱର ସମେତ ରାଜ୍ୟର ୨୨ଟି ଜିଲ୍ଲାର ୩୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଡିଜିଟାଲ ଆନ୍ଦୋଳନରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ...

By

Published : Jun 1, 2021, 10:34 PM IST

ଏଆଇଏସଏଫ ପକ୍ଷରୁ ରାଜ୍ୟବ୍ୟାପୀ ଡିଜିଟାଲ ଆନ୍ଦୋଳନ
ଏଆଇଏସଏଫ ପକ୍ଷରୁ ରାଜ୍ୟବ୍ୟାପୀ ଡିଜିଟାଲ ଆନ୍ଦୋଳନ

ଭୁବନେଶ୍ବର: କୋରୋନା ମହାମାରୀ ମୁକାିବିଲାର ଭୁଲ ପରିଚାଳନା ପାଇଁ ସମଗ୍ର ଦେଶରେ ଶିକ୍ଷା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗତ ୨୦୨୦ମାର୍ଚ୍ଚ ୧୦ରୁ ସ୍କୁଲ କଲେଜ ବନ୍ଦ କରି ଦିଆଯାଇଛି । ଡିଜିଟାଲ ଇଣ୍ଡିଆ କଥା କହି ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ ଓ ବୃତ୍ତିିଗତ ଶିକ୍ଷାନୁଷ୍ଠାନରେ ଅନଲାଇନ ଶିକ୍ଷା କଥା କୁହାଯାଉଥିଲେ ବି ଗ୍ରାମାଞ୍ଚଳର ୮୦ ଭାଗ ଓ ସହରାଞ୍ଚଳର ୩୦ ଭାଗ ଛାତ୍ରଛାତ୍ରୀ ଲାପଟପ ଅଥବା ସ୍ମାର୍ଟ ଫୋନ୍, ଇଣ୍ଟରନେଟ ଓ ବିଦ୍ୟୁତ ସଂଯୋଗ ଅପହଞ୍ଚ ହେତୁ ଏହି ଅନଲାଇନ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ।

ୟୁଜିସି ପକ୍ଷରୁ ନିକଟରେ ବ୍ଲେଣ୍ଡେଡ୍ ଟିଚିଙ୍ଗ୍ ନାମରେ ଏକ ନିର୍ଦ୍ଦେଶ ଦିଆଯାଇଛି, ଯାହାଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୦% ଶିକ୍ଷାଦାନ ଆଉ ଶିକ୍ଷକ କରିେବେ ନାହିଁ,ଏହା ଅନଲାଇନରେ ଆପ ମାଧ୍ୟମରେ କରାଯିବ । ବିଶ୍ୱଗୁରୁ ପାଇଁ ସରକାର ସ୍ୱପ୍ନ ଦେଖାଉଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଇନଟରନେଟ ପାଠାଗାର ବା E- Library କରାଯାଇପାରି ନାହିଁ । କେନ୍ଦ୍ର ସରକାରଙ୍କ ଭୁଲ ମହାମାରୀ ପରିଚାଳନା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି । ଦେଶର ଅର୍ଥନୀତି ଭୁଷୁଡି ପଡିଵା ପରେ ଅର୍ଥନୀତି ସଜାଡିବା ପାଇଁ ଶିଳ୍ପ ଓ କଳ କାରଖାନା ଖୋଲାଗଲା, ମାତ୍ର ଶିକ୍ଷାନୁଷ୍ଠାନ ବନ୍ଦ । ଶିକ୍ଷାଦାନର ବିକଳ୍ପ ରାସ୍ତା ବାହାର କରିବା ପାଇଁ ରାଜ୍ୟ ହେଉ ବା କେନ୍ଦ୍ର,କାହାରି ଆନ୍ତରିକତା ନାହିଁ । ଶିକ୍ଷା ବେପାରୀଙ୍କ ଲାଭ ପାଇଁ ଓ ଅବହେଳିତ ଵର୍ଗଙ୍କୁ ଶିକ୍ଷାରୁ ବଞ୍ଚିତ କରିଵା ପାଇଁ କୋରୋନା ମହାମାରୀ ଭିତରେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ କଲେ ଏଵେ ବ୍ଲେଣ୍ଡେଡ ଟିଚିଙ୍ଗ କଥା କହି ଶିକ୍ଷକ ହ୍ରାସର ଷଡ଼ଯନ୍ତ୍ର କରାଯାଉଛି । କୋରୋନାରେ କୋଟି କୋଟି ଛାତ୍ର ଅଭିଭାବକ ଜୀବିକା ହରାଇ ଜୀବନ ଜୀଇଁବା ପାଇଁ ସଂଘର୍ଷ କରୁଥିବା ବେଳେ ପିଲାଙ୍କ ଫି' ବୋଝ ବେଡି ଉପରେ କୋରଡା ମାଡ ଭଳି ।

ଏହାବ୍ୟତୀତ କୋରୋନା ଟିକା ଦେବାରେ ଅନ୍ୟପଟେ ଟିକାର ଅଭାବ, ଅକ୍ସିଜେନ ସିଲିଣ୍ଡର ଓ ମେଡିସିନରେ କଳାବଜାରୀ ଦିନକୁ ଦିନ ବୃଦ୍ଧି ପାଉଛି । ଏହା ବିିରୋଧରେ ଦେଶର ପ୍ରଥମ ସର୍ଵଭାରତୀୟ ଛାତ୍ର ସଂଗଠନ "ଅଖିଳ ଭାରତ ଛାତ୍ର ସଂଘ" (ଏଆଇଏସଏଫ) ପକ୍ଷରୁ କୋରୋନା କାଳରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍, ଡାଟା ଓ ଅନ୍ୟ ପାଠ୍ୟ ଉପକରଣ ଖର୍ଚ୍ଚ ପାଇଁ ଆକାଉଣ୍ଟକୁ କ୍ୟାସ ଟ୍ରାନ୍ସଫର, ଆଗାମୀ ଶିକ୍ଷା ବର୍ଷର ସମସ୍ତ ଫି' ଛାଡ ସମେତ ସମସ୍ତ ଫି' ଛାଡ, ୟୁଜିସିର ଵ୍ଲେଣ୍ଡେଡ୍ ଟିଚିଙ୍ଗ୍ ନିର୍ଦ୍ଦେଶ ପ୍ରତ୍ୟାହାର, ସମସ୍ତଙ୍କୁ ସାର୍ବଜନୀନ ଟିକାକରଣ, କେରଳ ଭଳି ଓଡିଶା ସରକାର ଶିକ୍ଷା ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ୍ ତିଆରି ଓ ଡିଜିଟାଲ୍ ଲାଇବ୍ରେରୀ ସୁନିଶ୍ଚିତ କରିବା ଆଦି ଦାବିରେ ଓଡିଶା ରାଜ୍ୟବ୍ୟାପୀ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଆଜି ଡିଜିଟାଲ ଆନ୍ଦୋଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସମେତ ରାଜ୍ୟର ୨୨ଟି ଜିଲ୍ଲାର ୩୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଡିଜିଟାଲ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details