ଓଡିଶା

odisha

ETV Bharat / city

ଜଙ୍ଗଲ ଛାଡି ରାଜଧାନୀ ମଲରେ ଡାଇନୋସର - esplanacde

ଏସପ୍ଲାନେଡ ମଲ ଭିତରେ ବୁଲୁଛି ଡାଇନୋସର । ଦେଖିବାକୁ ମିଳୁଛି ଲୋକଙ୍କ ଭିଡ । ଦୁଇଟି ଡାଇନୋସର ସ୍ବତନ୍ତ୍ର ପ୍ଲାଷ୍ଟିକରେ ତିଆରି କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

By

Published : Jun 8, 2019, 11:52 PM IST

Updated : Jun 9, 2019, 9:58 AM IST

ଭୁବନେଶ୍ବର: ରାଜଧାନୀର ମଲ ଭିତରେ ବୁଲୁଛି ଡାଇନୋସର । ଦେଖିଲେ ଲୋକଙ୍କୁ ଗୋଡାଉଛି । ବଡ ଦାନ୍ତ ବଡ ଲାଞ୍ଜ ସହ ଗର୍ଜନ କରୁଛି । ମଲ ଭିତରେ ଲୋକଙ୍କୁ ଦେଖିଲେ ଗୋଡେଇ ଆସୁଛି । କିନ୍ତୁ କୌଣସି କ୍ଷତି ନ ପହଞ୍ଚାଇ ଲୋକଙ୍କୁ ଯୋଗାଉଛି ମନୋରଞ୍ଜନର ଖୋରାକ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ଏମିତି ଡାଇନୋସର ଦେଖିବାକୁ ମିଳିଛି ରସୁଲଗଡସ୍ଥିତ ଏସପ୍ଲାନେଡ ମଲରେ । ମଲ ପକ୍ଷରୁ ତିଆରି ହୋଇଛି ତିନୋଟି ଡାଇନୋସର । ଗୋଟିଏ ମଲର ବାହାରେ ଥିବା ବେଳେ ଅନ୍ୟ ଦୁଇଟି ଭିତରେ ବୁଲିବା ଭଳି ବ୍ୟବସ୍ଥା କରାଯାଇଛି ।

ଦୁଇଟି ଡାଇନୋସର ସ୍ବତନ୍ତ୍ର ପ୍ଲାଷ୍ଟିକରେ ତିଆରି କରାଯାଇଛି । ଏଥିରେ ଖଞ୍ଜାଯାଇଛି ମେସିନ । ନିଜେ ନିଜେ ଚଲାବୁଲା କରୁଛନ୍ତି ଏହି ଡାଇନୋସର । ଯାହାକୁ ଦେଖିବା ନେଇ ମଲରେ ଜମୁଛି ଲୋକଙ୍କ ଭିଡ । ବିଶେଷ କରି ଛୋଟ ପିଲା ଏହାର ଭରପୁର ମଜା ନେଉଛନ୍ତି।

ଭୁବନେଶ୍ବରରୁ ତାପସ କୁମାର ପରିଡା , ଇଟିଭି ଭାରତ

Last Updated : Jun 9, 2019, 9:58 AM IST

ABOUT THE AUTHOR

...view details