ଭୁବନେଶ୍ବର: ଅଗଣିତ ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ରଥଯାତ୍ରାକୁ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ରଥଯାତ୍ରା ମାମଲାରେ କୋର୍ଟଙ୍କ ରାୟକୁ ସବୁ ମହାଲରେ ପ୍ରଶଂସା କରାଯାଉଛି । ଏହା ସହ ଭକ୍ତଙ୍କ ମନରେ ଏକ ପ୍ରକାର ଖୁସିର ମାହୋଲ ଖେଳିଯ।ଇଛି । ମହାପ୍ରଭୁଙ୍କ ରଥଯାତ୍ରାକୁ ଅନୁମତି ଦେଇଥିବାରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରଥଯାତ୍ରା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ, ପୁରୀ ଗଜପତି ମହାରାଜା, ଛତିଶା ନିଯୋଗ, ସେବାୟତ ସମାଜ ଓ ଅଗଣିତ ଭକ୍ତଙ୍କ ପ୍ରାର୍ଥନା ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ଅନ୍ୟପକ୍ଷେ ରଥଯାତ୍ରା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ସେ ଶ୍ରେୟ ଦଇଛନ୍ତି । ଧର୍ମେନ୍ଦ୍ର ନିଜ ଟ୍ବିଟରେ ଲେଖିଛନ୍ତି ଯେ ଯେତେବେଳେ ବିଶ୍ବାସ, ପରମ୍ପରା ଓ ଭାବାବେଗକୁ ନେଇ କଥା ଉଠେ, ସେତେବେଳେ ମୋଦି ସରକାର ସର୍ବଦା ଏହାକୁ ସର୍ବୋପରି ରଖିବା ପାଇଁ ଆଗକୁ ଆସି ନେତୃତ୍ବ ନେଇଥାନ୍ତି । ତେବେ ସାଢେ 4 କୋଟି ଓଡିଆଙ୍କ ବିଶ୍ବାସକୁ ସମ୍ମାନ ଦେଇଥିବାରୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ।