ଭୁବନେଶ୍ୱର: ଦେଶରେ ମହାମାରୀ କୋରୋନା ଭୂତାଣୁ ବିରୋଧୀ ମୁକାବିଲା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିକୁ ନିଜ ମାସକର ଦରମା ପ୍ରଦାନ କରିଛନ୍ତି । ଏଥିସହ ସମେତ ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି(ଏମପିଲାଡ୍)ରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଜଣାଇଛନ୍ତି । ଏହାସହ ଏଭଳି କଠିନ ସମୟରେ, ଯେଉଁମାନେ ଆମ ଠାରୁ ଅଧିକ ଆବଶ୍ୟକତା ରଖୁଛନ୍ତି ସେମାନଙ୍କ ସହ ଛିଡା ହେବା ବୋଲି କହିଛନ୍ତି ।