ଓଡିଶା

odisha

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

By

Published : Dec 26, 2020, 3:04 PM IST

Published : Dec 26, 2020, 3:04 PM IST

Updated : Dec 26, 2020, 5:37 PM IST

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲେ ଧର୍ମେନ୍ଦ୍ର
ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲେ ଧର୍ମେନ୍ଦ୍ର

14:54 December 26

ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟାକାଣ୍ଡରେ ସିବିଆଇ ତଦନ୍ତ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ନାବଳିକା ହତ୍ୟାକାଣ୍ଡର ତଦନ୍ତ କରୁଛି ଏସଆଇଟି । ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ତଦନ୍ତ ଚାଲିଥିବା ବେଳେ ଏହି ଘଟଣାର ତଦନ୍ତ ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର ।

ଆଜି ଢେଙ୍କାନାଳରେ ଚାଷୀଙ୍କୁ ନୂଆ ଆଇନ ନେଇ ସମ୍ବୋଧିତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ କେବଳ ପରୀ ହତ୍ୟାକାଣ୍ଡ ନୁହେଁ ରାଜ୍ୟରେ ବର୍ତ୍ତମାନ 5  ହଜାରରୁ ଉର୍ଦ୍ଧ୍ବ ଶିଶୁ ନିଖୋଜ ଅଛନ୍ତି । ଏସମ୍ପର୍କରେ ରାଜ୍ୟ ପୋଲିସ ତଦନ୍ତ କରିବାରେ ବିଫଳ । ତେବେ 5 ହଜାର ଶିଶୁ କେମିତି ନିଖୋଜ ହେଲେ ତାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି ବୋଲି ସେ ଅଭିଯୋଗ ମଧ୍ୟ କରିଛନ୍ତି । ସେହିପରି ପରୀ ହତ୍ୟାକାଣ୍ଡର  ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରିବା ନିହାତି ଜରୁରୀ ବୋଲି ସେ କହିଛନ୍ତି ।  

ଏହି ଘଟଣାକୁ ରାଜ୍ୟ ସରକାର ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।   

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ  

Last Updated : Dec 26, 2020, 5:37 PM IST

ABOUT THE AUTHOR

...view details