ଓଡିଶା

odisha

By

Published : Oct 9, 2022, 9:07 PM IST

ETV Bharat / city

ଧାମନଗର ଉପନିର୍ବାଚନ: ଆସନ୍ତାକାଲି ବସିବ କଂଗ୍ରେସର ଚୟନ କମିଟି ବୈଠକ

ଧାମନଗର ଉପନିର୍ବାଚନ ନେଇ ବିଜେପିର ପ୍ରାର୍ଥୀ ଘୋଷଣା ପରେ ତତ୍ପର କଂଗ୍ରେସ । ଆସନ୍ତାକାଲି କଂଗ୍ରେସର ଚୟନ କମିଟି ବୈଠକ ବସିବା ନେଇ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଧାମନଗର ଉପନିର୍ବାଚନ: ଆସନ୍ତାକାଲି ବସିବ କଂଗ୍ରେସର ଚୟନ କମିଟି ବୈଠକ
ଧାମନଗର ଉପନିର୍ବାଚନ: ଆସନ୍ତାକାଲି ବସିବ କଂଗ୍ରେସର ଚୟନ କମିଟି ବୈଠକ

ଭୁବନେଶ୍ବର: ପାଖେଇ ଆସୁଛି ଧାମନଗର ଉପନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ସରଗରମ ହୋଇଛି । ବିଜେପି ସ୍ବର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ପ୍ରାର୍ଥୀ ଭାବରେ ଘୋଷଣା କରିଥିବାବେଳେ ବିଜେଡି ଓ କଂଗ୍ରେସରୁ କିଏ ପ୍ରାର୍ଥି ହେବେ ସେନେଇ ବଢୁଛି ଉତ୍କଣ୍ଠା । ତେବେ ଆସନ୍ତାକାଲି କଂଗ୍ରେସର ଚୟନ କମିଟି ବୈଠକ ବସିବା ନେଇ ସୂଚନା ମିଳିଛି ।

ଧାମନଗର ଉପନିର୍ବାଚନ: ଆସନ୍ତାକାଲି ବସିବ କଂଗ୍ରେସର ଚୟନ କମିଟି ବୈଠକ

ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବାକୁ ଥିବାବେଳେ ଏନେଇ ପ୍ରସ୍ତୁତି ଜୋରଦାର ହୋଇଛି । ଦିବଙ୍ଗତ ପୂର୍ବତନ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜଙ୍କୁ(Suryabanshi Suraj BJP Candidate ) ପ୍ରାର୍ଥୀ କରିଛି ବିଜେପି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ସୂର୍ଯ୍ୟବଂଶୀ ସୂରଜଙ୍କ ନାମରେ ମୋହର ମାରିଛି । ତେବେ ବିଗତ ବର୍ଷରେ ଯେତେ ବି ଉପନିର୍ବାଚନ ହୋଇଛି ସେଥିରେ ବାଜିମାତ୍‌ କରିଛି ଶାସକ ଦଳ ବିଜେଡି । କିନ୍ତୁ ବର୍ତ୍ତମାନ ଧାମନଗରରେ ବିଜେଡିର ଏକାଧିକ ଆଶାୟୀ ଥିବାରୁ ପ୍ରାର୍ଥୀ ଦେବାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି ଦଳ ।

ଏହା ମଧ୍ୟ ପଢ଼ନ୍ତୁ...Dhamnagar Bypoll: ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ

ସେପଟେ ଆସନ୍ତାକାଲି କଂଗ୍ରେସର ଚୟନ କମିଟି ବୈଠକ ବସିବା ନେଇ ସୂଚନା ମିଳିଛି । ପ୍ରାର୍ଥୀ ଚୟନ ପାଇଁ ଦଳର 4 ଟି କମିଟି କରାଯାଇଥିବାବେଳେ ସେମାନେ ବିଭିନ୍ନ ସ୍ତରରେ ଭଲ ପ୍ରାର୍ଥୀ କିଏ ହେବ ସେ ନେଇ ଅନୁସନ୍ଧାନ କରି ତଥ୍ୟ ସଂଗ୍ରହ କରିଛନ୍ତି । କଂଗ୍ରେସ ପକ୍ଷରୁ ଅନନ୍ତ ସେଠୀ, ତାଙ୍କ ଝିଅ ମଧୁସ୍ମିତା ସେଠୀ ଓ ବିଦ୍ୟାଧର ଜେନାଙ୍କ ଭଳି ଆହୁରି କିଛି ନାଁ ଆସିଥିବା ଜଣାପଡ଼ିଛି । ଏନେଇ ପ୍ରତିକ୍ରିୟାରେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ବିଜେଡି ଓ ବିଜେପି ଉପରୁ ଲୋକଙ୍କ ଭରସା ତୁଟିଯାଇଛି । ଧାମନଗରବାସୀ କଂଗ୍ରେସ ଉପରେ ଭରଷା କରିବେ । ତେବେ ପ୍ରାର୍ଥୀ ଚୟନ ପାଇଁ ଗଠିତ 4ଟି ଟିମ ରିପୋର୍ଟ ଦେବାପରେ ଚୂଡାନ୍ତ ରିପୋର୍ଟ ଏଆଇସିସିକୁ ଦିଆଯିବ । ସୋନିଆ ଗାନ୍ଧୀ ଯାହାକୁ ମୋହର ମାରିବେ ସେହି ପ୍ରାର୍ଥୀ ହେବେ ।"

ସେହିଭଳି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, "ଧାମନଗରରେ ଅନେକ ସ୍ବାଧିନତା ସଂଗ୍ରାମୀ ରହିଛନ୍ତି । ସେମାନଙ୍କ ମନରେ କଂଗ୍ରେସ ରହିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ସମସ୍ତଙ୍କୁ ପ୍ରଭାବିତ କରିଛି । ଲୋକମାନେ ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାରେ ଅତିଷ୍ଠ ହୋଇପଡ଼ିଲେଣି । ଦଳରେ ସମସ୍ତେ ଏକାଠି ଅଛନ୍ତି । ଧାମନଗର ଉପନିର୍ବାଚନରେ ସମସ୍ତେ ମିଶିକି ଦଳକୁ ଜିତାଇବୁ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details