ଭୁବନେଶ୍ବର:କୋରୋନା ସମୟ ଲୋକଙ୍କ ଜୀବନ ରକ୍ଷା କରିବା ପୋଲିସ ପାଇଁ ଏକ ଗୁରୁଦାୟିତ୍ବ ରହିଥିଲା । ଯାହାକୁ ସଫଳତାପୂର୍ବକ ମୁକାବିଲା କରିଛନ୍ତି ପୋଲିସ କର୍ମଚାରୀ । ଜନସାଧାରଣଙ୍କୁ ଉତ୍ତମ ସେବା ଦେବା ସହ ପାଲଟିଛନ୍ତି ଓଡିଶାର ବେଷ୍ଟ କମିଶନରେଟ ପୋଲିସ ।
ଓଡିଶାରେ କମିସନରେଟ ପୋଲିସ କୋରୋନା କାଳରେ ଭଲ କାମ କରିଛନ୍ତି । ନକଲି କାରଖାନା ଠାବ, ଆଇଆଇଏଫଏଲ ଲୁଟ ଭଳି ଅପରାଧର ପର୍ଦ୍ଦାଫାସ ଭଲ ସଫଳତା ଆଣିଛି । ସିପି ଡିସିପି ସହ ତାଙ୍କ ଅଧିନରେ କାମ କରୁଥିବା ଅଫିସର ଓ କର୍ମଚାରୀଙ୍କ ଭଲ ଯୋଗଦାନ ରହିଛି । ଆଗାମୀ ଦିନରେ ଅଭିଯୁକ୍ତ ମାନଙ୍କୁ ଧରିବା, ସାଇବର କ୍ରାଇମ ବଡ ମୁକାବିଲା ଓ ଇଣ୍ଟିଗ୍ରେଟେଡ ଟେକନିକରେ ତଦନ୍ତ କରି ପର୍ଦ୍ଦାଫାସ କରିବା ବଡ ଚ୍ୟାଲେଞ୍ଜିଂ ରହିବ ବୋଲି ଡିଜିପି ଅଭୟ କହଛନ୍ତି ।
ସେପଟେ, ମୋ ସରକାରରେ 2075 ଟି ଫିଡବ୍ୟାକ ଆସିଥିଲା । 11 ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଉତ୍ତମ କାମ ପାଇଁ ୬ ଜଣ ସମ୍ମାନିତ କରିଥିଲେ ଡିଜିପି ।