ଓଡିଶା

odisha

ETV Bharat / city

ଶାନ୍ତିପୂର୍ଣ୍ଣଭାବେ ସରିଲା ଉପନିର୍ବାଚନ, ଧନ୍ୟବାଦ ଦେଲେ ଡିଜିପି ଅଭୟ - Bypoll to Balasore and Tirtol assembly constituency

ସୁରୁଖୁରୁରେ ସରିଲା ଉଭୟ ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ । ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାନ ଶାନ୍ତିପୂର୍ଣ୍ଣ ଥିବା ନେଇ ଧନ୍ୟବାଦ ଦେଲେ ଡିଜି ଅଭୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଶାନ୍ତିପୂର୍ଣ୍ଣଭାବେ ସରିଲା ଉପନିର୍ବାଚନ, ଧନ୍ୟବାଦ ଦେଲେ ଡିଜିପି ଅଭୟ
ଶାନ୍ତିପୂର୍ଣ୍ଣଭାବେ ସରିଲା ଉପନିର୍ବାଚନ, ଧନ୍ୟବାଦ ଦେଲେ ଡିଜିପି ଅଭୟ

By

Published : Nov 3, 2020, 9:29 PM IST

ଭୁବନେଶ୍ବର: ସୁରୁଖୁରୁରେ ସରିଲା ଉଭୟ ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ । ସନ୍ଧ୍ୟା ୬ଟା ସୁଦ୍ଧା ତିର୍ତ୍ତୋଲରେ ୬୯.୯ ପ୍ରତିଶତ ଏବଂ ବାଲେଶ୍ଵରରେ ୭୧ ପ୍ରତିଶତ ଭୋଟିଂ ହୋଇଥିଲା । ଶାନ୍ତିପୂର୍ଣ୍ଣ ଭାବେ ମତଦାତା ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସେପଟେ ପୁଲିଂ ବୁଥରେ ମୁତୟନ ପୋଲିସ କର୍ମୀ ମଧ୍ୟ ନିଜର ଦାୟିତ୍ବ ସଠିକ ତୁଲାଇଛନ୍ତି । ଏନେଇ ଡିଜିପି ଅଭୟ ଧନ୍ୟବାଦ ଜଣାଇଛନ୍ତି ।

ଏନେଇ ଡିଜି ଅଭୟ ଟ୍ବିଟ କରିଛନ୍ତି, ‘ବାଲେଶ୍ବର ସଦର ଏବଂ ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାନ ଶାନ୍ତିପୂର୍ଣ୍ଣ ଥିଲା । ଆପଣଙ୍କ ସହଯୋଗ ପାଇଁ ମୁଁ ଉକ୍ତ ଅଞ୍ଚଳର ବାସିନ୍ଦାଙ୍କୁ ଧନ୍ୟବାଦ ଦେଉଛି ।’

ଶାନ୍ତିପୂର୍ଣ୍ଣଭାବେ ସରିଲା ଉପନିର୍ବାଚନ, ଧନ୍ୟବାଦ ଦେଲେ ଡିଜିପି ଅଭୟ

ସୂଚନା ଥାଉକି, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ 3 ଟି ବ୍ଲକ 60 ଟି ପଞ୍ଚାୟତ ଓ 2 ଲକ୍ଷ 39 ହଜାର 153 ଜଣ ଭୋଟର ଙ୍କୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ 9 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ସେମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା, କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ପ୍ରତିଦ୍ବନ୍ଦିତା କରିଥିଲେ ।

ସେହିପରି ଭାରତୀୟ କମ୍ୟୁନିଷ୍ଟ ପାର୍ଟିରୁ ବିଜୟ କୁମାର ଭୋଇ, ସ୍ବାଧୀନ ଭାବେ ଅର୍ଜୁନ ଚରଣ ବେହେରା, ରବୀନ୍ଦ୍ର ନାଥ ସେଠୀ, ରମେଶ ଚନ୍ଦ୍ର ମଲ୍ଲିକ, ସଚିତ୍ର ମଲ୍ଲିକ ଓ ଗୋଲାପ ମଞ୍ଜରୀ ଭୋଇ ମଧ୍ୟ ଉପନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଏମାନଙ୍କ ମଧ୍ୟରୁ ବିଜେଡ଼ି ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖି ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା ।

ତେବେ ଏହି ନିର୍ବାଚନ ମଣ୍ଡଳୀରେ 2 ଲକ୍ଷ 39 ହଜାର ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ 1 ଲକ୍ଷ 61 ହଜାର 296 ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଯାହା 67.97 ପ୍ରତିଶତ ଭୋଟିଂ ରହିଛି । ସେଥିମଧ୍ୟରୁ ବିରିଡି ବ୍ଲକ ରୁ 49 ହଜାର 775 ଜଣ ମତଦାନ କରିଥିବା ବେଳେ ରଘୁନାଥପୁରରୁ 43 ହଜାର 878 ଓ ତିର୍ତ୍ତୋଲରୁ 67 ହଜାର 6ଶହ 43 ଜଣ ମତଦାତା ସେମାନଙ୍କ ମୂଲ୍ୟବାନ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ସେପଟେ ବାଲେଶ୍ବରରେ 2 ଲକ୍ଷ 30 ହଜାର 297 ଜଣ ଭୋଟରଙ୍କୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀରେ 6 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ବାଲେଶ୍ବରରେ 346 ଟି ବୁଥରେ ଭୋଟର ଭୋଟ ଦେଇଥିଲେ । ଏଥିମଧ୍ୟରୁ 86ଟି ବୁଥ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଥିଲା । ତେବେ ଦୁଇଟି ଆସନରେ ସମୁଦାୟ 15 ଜଣ ପ୍ରାର୍ଥୀ ରହିଥିବା ବେଳେ 4 ଲକ୍ଷ 69 ହଜାର 450 ଜଣ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details